Hot Posts

6/recent/ticker-posts

ବସ୍ତା ଅଞ୍ଚଳରେ ୮୦ତମ ସ୍ବାଧିନତା ଦିବସ ପାଳିତ l

ବାଲେଶ୍ଵର, ୧୫/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଛି। ୟୁ ନାଇଟେଡ କଲଚୁରାଲ ଆଣ୍ଡ ସ୍ପୋର୍ଟର ବରିଷ୍ଠ ସଦସ୍ୟ ରାଜ କିଶୋର ମହାନ୍ତିଙ୍କ ପୌରହିତ୍ୟରେ ସଂଗଠନର ସଭାପତି ସାଫଲ୍ୟ କୁମାର ନନ୍ଦି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ନଟାକଟା ପଞ୍ଚାୟତ ଓ ସମବାୟ ସମିତିର ଯୁଗ୍ମଭାବେ ସରପଞ୍ଚ ବନ୍ଦନା ସେଠୀ , ବସ୍ତା ତହସିଲ କାର୍ଯ୍ୟାଳୟରେ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ବସ୍ତା ଏସଡିପିଓ କାର୍ଯ୍ୟାଳୟରେ ସମର୍ଥ କୁମାର ବେହେରା, ବସ୍ତା ଥାନା ଆଇ ଆଇସି ରଂଜିତ କୁମାର ସାହୁ, ଅମର୍ଦାରୋଡ ଫାଣ୍ଡିରେ ଏସ ଆଇ ବିଜୟ କୁମାର ବାରିକ ,ଅମର୍ଦାରୋଡ ସିଦ୍ଧେଶ୍ବର ଡିଗ୍ରି କଲେଜ ର ଅଧକ୍ଷ ଡ: ବସନ୍ତ କୁମାର ବଳ, ଅମର୍ଦା ସିଦ୍ଧେଶ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ସେଠୀ, ଡିଭାଇନ ଏନଞେଲ ଟ୍ୟୁଟୋରିଆଲର ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ମହାଳିକ, ଉତ୍କଳ ଭାରତୀ ଶିକ୍ଷା କେନ୍ଦ୍ରରେ ଇଂ ରାଜାଶ୍ରୀ ମହାନ୍ତି, କାଲାମ ଟ୍ୟୁଟୋରିଆଲରେ ରାଧାକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏତତ ବ୍ୟତୀତ ବିଭିନ୍ନ ସ୍ଥାନରେ ଆଶାକର୍ମୀ, ମିଶନ ଶକ୍ତି ମହିଳା, ଅଙ୍ଗନ ବାଡି କର୍ମୀ, ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ୮୦ତମ ସ୍ବାଧିନତା ଦିବସକୁ ବିପୁଳ ଉହ୍ଲାସ ଉଦ୍ଦିପନା ସହକାରେ ପାଳନ କରିଥିଲେ।



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l