ବାଲେଶ୍ଵର, ୧୯/୦୮ ( ପ୍ରଭାକର ମଲ୍ଲିକ ) : ପୁଣି ଡରାଉଛି ସୁବର୍ଣ୍ଣରେଖା। ଚଳିତବର୍ଷ ଲଗାତାର ଦ୍ୱିତୀୟ ବନ୍ୟା ସମ୍ଭାବନା। ବଢୁଛି ଜଳ ପତ୍ତନ। ଚଳିତ ବର୍ଷ ପ୍ରଥମ ବନ୍ୟାରେ ଲୋକଙ୍କ ଦୁର୍ଦ୍ଦଶା କମି ନଥିବା ବେଳେ, ଦିତୀୟ ବନ୍ୟାର ଭୟ ସୃଷ୍ଟି କରିଛି। ନଦୀର ରାଜଘାଟ୍ ଠାରେ ବିପଦ ସଂକେତ ୧୦.୩୬ ରହିଥିବା ବେଳେ, ସତର୍କ ସୂଚନା ୯.୪୫ ମିଟର ଉପରେ ପ୍ରବାହିତ ହେଉଛି ପାଣି। ବିପଦ ସଂକେତ ଟପିବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ସକାଳ ୮ ଟା ସୁଦ୍ଧା ରାଜଘାଟ ଠାରେ ବିପଦ ସଂକେତ ୧୦:୩୬ ମିଟର ପାଖାପାଖି ଜଳସ୍ତର ପ୍ରବାହିତ ହେଉଛି। ରାଜଘାଟ ଠାରେ ୧୦:୩୩ ମିଟର ରେ ଜଳସ୍ତର ପ୍ରବାହିତ ହେଉଛି। ତେବେ ଉପର ମୁଣ୍ଡ ଝାଡ଼ଖଣ୍ଡରେ ଲଗାଣ ବର୍ଷା ଯୋଗୁଁ, ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମ୍ ରୁ ପାଣି ନିଷ୍କାସନ ହୋଇଥିବା ବେଳେ, ଦିନ ୧୦ ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀର ଶେଷ ମୁଣ୍ଡ ବାଲିଆପାଳ ଅଞ୍ଚଳକୁ ପାଣି ପହଞ୍ଚିବା ସମ୍ଭାବନା ରହିଥିବା ବେଳେ, ଜଳସ୍ତର ବିପଦ ସଂକେତ ଟପିବା ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ନଦୀକୂଳିଆ ଲୋକଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ରହିବାକୁ ସୂଚନା ଦିଆଯାଇଛି। ତେବେ ବାଲିଆପାଳ ବ୍ଲକର ନଦୀ କୂଳିଆ ପଞ୍ଚାୟତ ଅସ୍ତୀ, ବାଲିଆପାଳ, ମଧୁପୁରା, ନିଖିରା, ବିଷ୍ନୁପୁର ଓ ଜାମକୁଣ୍ଡା ର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେପଟେ ବନ୍ୟାର ମୁକାବିଲା ପାଇଁ ବ୍ଲକ୍ ପ୍ରଶାସନ ସଜାଗ୍ ରହିବା ସହ, ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ଛୁଟି ବାତିଲ୍ କରାଯାଇଛି। ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ସହ, ସେମାନଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରସାଶନ ପକ୍ଷରୁ ଯୋଗାଇ ଦିଆଯାଉଛି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
