Hot Posts

6/recent/ticker-posts

୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନପାରି ଆଦର୍ଶ ଗାଁ ହୋଇପାରୁନି ପାଣିଶୁଳିଆ, ଜିଳାପାଳଙ୍କ ଠାରେ ଫେରାଦ l

ବାଲେଶ୍ଵର, ୧୯/୦୮ ( ପ୍ରଭାକର ମଲ୍ଲିକ ) : କେନ୍ଦ୍ର ସରକାର ବିଭିନ୍ନ ଗାଁକୁ ବିକଶିତ କରି "ଆଦର୍ଶ ଗ୍ରାମ"ରେ ପରିଣତ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ କିଛି ଅସାଧୁ ଓ ଅସାମାଜିକ ଲୋକଙ୍କ ପାଇଁ ଏହା ବାଟ ବଣ। ହୋଇ ଯାଉଛି।ଏଭଳି ଏକ ଘଟଣା ବସ୍ତା ବ୍ଳକର ପାଣିଶୁଳିଆ ଗାଁରେ ଘଟିଛି।ଏହି ଗାଁକୁ ୨୦୨୨ ମସିହାରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ପାଇଁ ଆସିଥିଲା।ଏଥିରେ ରାସ୍ତା,ଡ୍ରେନ୍, ଆଲୁଅ, ପାନୀୟ ଜଳ ପ୍ରଭୃତିର ସୁବିଧା ସୁଯୋଗ ସୃଷ୍ଟି ହୋଇଥାଆନ୍ତା।ପ୍ରଥମ ପର୍ଯ୍ୟାୟରେ ଏତିକି ଟଙ୍କା ବ୍ୟୟ ହେବା ପରେ ପୁଣି ଆଉ ଅଧିକ ଅର୍ଥ ବ୍ୟୟ ବରାଦ ହୋଇଥା'ନ୍ତା। ମାତ୍ର ସରପଞ୍ଚ ପ୍ରଭାତ ଦାସ କାମକୁ ଓହ୍ଲାଇଲା ବେଳକୁ କିଛି ଅସାମାଜିକ ତତ୍ତ୍ୱ ହିଂସାକାଣ୍ଡ ଭିଆଇବାକୁ ଉଦ୍ୟତ ହେବାରୁ କୌଣସି କ।ର୍ଯ୍ୟ ହୋଇ ପାରୁନାହିଁ।ସେ ବାରମ୍ବାର ଉଦ୍ୟମ କରିବା ସତ୍ତ୍ଵେ" ଆଦର୍ଶ ଗ୍ରାମ"ପାଇଁ ସଫଳ ହୋଇ ନାହାନ୍ତି। ଏ ସମ୍ପର୍କରେ ବିଡିଓଙ୍କୁ ବାରମ୍ବାର ଜଣାଇବା ସତ୍ତ୍ଵେ କିଛି ଫଳ ନ ହେବାରୁ ଗ୍ରାମବାସୀ ଗତ ଜୁନ ୧୭ରେ ଜିଳାପାଳଙ୍କ ଠାରେ ଫେରାଦ୍ ହୋଇଥିଲେ।ଏ ନେଇ ସେ ହସ୍ତ କ୍ଷେପ କରି ବିଡିଓଙ୍କୁ ଏବାବ ଦରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଡିଓ ବୁଝିବା କହି ଆଉ କିଛି କରି ନ ଥିଲେ। ଅନ୍ୟ ପକ୍ଷରେ ଗ୍ରାମବାସୀ ରାସ୍ତାର ଶୋଚନୀୟ ଅବସ୍ଥାରେ ସଢି ଯାଉଛନ୍ତି ଓ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ତୁରନ୍ତ ପ୍ରତିକାର ନହେଲେ ଗ୍ରାମବାସୀ ଚରମ ଅନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l