Hot Posts

6/recent/ticker-posts

ଗରିବ କଲ୍ୟାଣ ଯୋଜନାର ତଦାରଖ କଲେ ବିଧାୟକ ପ୍ରତିନିଧି

ଝରିଗାଁ, ୧୯/୦୮ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍‌ର ଛାଟିଗୁଡ଼ା ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଖାଉଟିମାନଙ୍କୁ ଚାଉଳ ବଣ୍ଟନ ବ୍ୟବସ୍ଥାର ତଦାରଖ କରାଯାଇଛି। ଝରିଗାଁ ବିଧାୟକଙ୍କ ପ୍ରତିନିଧି ମହେଶ୍ୱର ତିୱାରୀ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ବଣ୍ଟନ ସ୍ଥିତି ଅନୁଧ୍ୟାନ କରିବା ସହ ହିତାଧିକାରୀମାନେ ସଠିକ୍ ଭାବେ ଚାଉଳ ପାଉଛନ୍ତି କି ନାହିଁ ତାହାର ଯାଞ୍ଚ କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀ ତିୱାରୀ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଅଭିଯୋଗ ବିଧାୟକ ପ୍ରତିନିଧିଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଲୋକଙ୍କ ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗରିବ ଓ ଦୁଃଖୀ ଲୋକଙ୍କ ନିକଟରେ ସରକାରଙ୍କ ସମସ୍ତ ସୁଫଳ ପହଞ୍ଚାଇବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ତିୱାରୀ ପ୍ରକାଶ କରିଛନ୍ତି।