ବେଆଇନ ଭାବେ ରନ୍ଧା ମହୁଳ ମଦ ପାଇଁ ପ୍ରସ୍ତୁତ ୮୦୦ ଲିଟର ପୋଚ ନଷ୍ଟ କଲା ତେନ୍ତୁଳୀଖୁଣ୍ଟି ପୋଲିସ l
ତେନ୍ତୁଳୀଖୁଣ୍ଟି, ୦୨/୦୮ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ କାରବାର ରୋକିବା ପାଇଁ ବିଭିନ୍ନ ସ୍ଥାନରେ ମହିଳାମାନେ ସଚେତନତା ସୃଷ୍ଟି କରିବା ସହ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ରବିବାର ତେନ୍ତୁଳୀଖୁଣ୍ଟି ଥାନା ଭାରପ୍ରାପ୍ତ ଅଧିକାରୀ ହରିଶ ଗୁଲାରୀଙ୍କ ନେତୃତ୍ୱରେ ପୋଲିସ ଏକ ସ୍ୱତନ୍ତ୍ର ଚଢ଼ାଉ କରିଥିଲା। କୁର୍ମାକୋଟ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ହୋଇଥିବା ଏହି ଚଢ଼ାଉରେ ବେଆଇନ ଭାବେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପ୍ରାୟ ୮୦୦ ଲିଟର ମହୁଳ ପୋଚକୁ ନଷ୍ଟ କରାଯାଇଥିବା ସୂଚନା ଥାନା ଅଧିକାରୀ ଶ୍ରୀ ହରିଶ ଗୁଲାରୀ ଦେଇଛନ୍ତି। ଏହି ଚଢ଼ାଉରେ ଏସ୍ଆଇ ଭରତ ମାଝୀ, ଏସ୍ଆଇ ବିନିତା ତୁର୍କୀଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ପୋଲିସ ବିଭାଗର ଏହି ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ମହିଳାମାନେ ସ୍ୱାଗତ କରିବା ସହ ପ୍ରଶଂସା କରିଥିବା ଜଣାପଡ଼ିଛି।
ଶେଖର ଖୁରାଙ୍କ ରିପୋର୍ଟ ନବରଙ୍ଗପୁର