କଳାହାଣ୍ଡି, ୨୯/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ନର୍ଲା ବ୍ଲକ ନର୍ଲା ମଦନପୁର ରାମପୁର ରାଜ୍ୟ ରାଜପଥର ଜାମପଦର ଛକ ନିକଟରୁ ମଦ ବୋଝେଇ ପିକ ଅପ ଜବତ ଗତକାଲି ବିଳମ୍ବିତ ରାତିରେ ନର୍ଲା ପୁଲିସ ପକ୍ଷରୁ ଚାଲିଥିଲା ପେଟ୍ରୋଲିଂ I ଏହି ସମୟରେ ନର୍ଲା ଠାରୁ ମଦନପୁର ରାମପୁର କୁ ସଂଯୋଗ କରୁଥିବା ରାଜ୍ୟ ରାଜ ପଥର ଜାମ ପଦର ନିକଟରେ ଆସୁଥିବା ଓ.ଡି ୧୭ ଏନ ୯୩୩୨ ନମ୍ବର ବିଶିଷ୍ଟ ଏକ ପିକଅପକୁ ସନ୍ଦେହରେ ଅଟକାଇ ଥିଲେ I ଏହାସହ ପିକଅପର ତଲାସି ଥିବା ସମୟରେ ସେହି ପିକଅପରେ ବିଦେଶୀ ମଦ ଭର୍ତି ଥିବା ଜଣା ପଡିଥିଲା । ଉକ୍ତ ମଦ ଭର୍ତି ପିକଅପକୁ ଜବତ କରି ଡ୍ରାଇଭରକୁ ସାଙ୍ଗରେ ନେଇ ନର୍ଲା ଥାନା ପରିସରକୁ ନେଇ ଆସି ଥିଲେ । ଡ୍ରାଇଭରକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ କରାଯାଉଛି । ଉକ୍ତ ମଦ ଭର୍ତି ପିକ ଅପ କେଉଁଠାରୁ କେଉଁଠିକୁ ଯାଉଥୁଲା ତାହା ଆଜି ଶନିବାର ସକାଳ ସାଢେ ୯ ଘଣ୍ଟା ସମୟ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଚୋରା ଚାଲାଣ ହେଉଥିଲା କି କୌଣସି ବୈଧ କାଗଜାତରେ ଅନ୍ୟ କେଉଁଠିକୁ ସ୍ଥାନାନ୍ତର ହେଉଥିଲା ସେନେଇ ପୁଲିସ୍ ସୂଚନା ଦେଇ ନାହିଁ । ଅନ୍ୟପଟେ ଏହି ରାସ୍ତା ଦେଇ ଅନେକ ସମୟରେ ମଦ,ଗଞ୍ଜେଇ ଭଳି ମାଦକ ଦ୍ରବ୍ୟ ଚୋରା ଚାଲାଣ ହେଉଥିବା ସାଧାରଣରେ ଅଭିଯୋଗ ହେଉଛି I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
