କଳାହାଣ୍ଡି, ୧୮/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ଗ୍ରାମର ବାସୁଦେବ ଚିଲାଗୁନ ବୟସ ୩୬ ବର୍ଷୀୟ ସେ ପରିବାର ପୋଷଣ ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପରିବାର ପୋଷଣ କରୁଥିଲେ I ଅସୁସ୍ଥ ହୋଇ ଗୁରୁତର ହେବା ଫଳରେ ଚଳିତମାସ ୧୦ ତାରିଖ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇ ଥିଲେ I କିନ୍ତୁ ପରିତାପ ର ବିଷୟ ଯେ ଚଳିତମାସ ୧୨ ତାରିଖ ବୁଧୁବାର ଦିନ ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ I ଏହି ଖବର ଦୈନିକ ଖବର ସେଇଠୁ ଆରମ୍ଭ ରେ ଖବର ପ୍ରସାରଣ ହେବା ଫଳରେ ଘଟଣା ରେ ସମଗ୍ର ଅଞ୍ଚଳରେ ଦୁଃଖ ର ଛାୟା ଖେଳାଇ ଦେଇଛି । ବର୍ତ୍ତମାନ ତାଙ୍କ ବିଧବା ମାଁ ଓ ସ୍ତ୍ରୀ ଗୋରୀ ଚିଲାଗୁନ , ବଡ଼ ପୁଅ ୭ବର୍ଷର ଓ ସାନ ପୁଅ ୮ମାସ ର ରହିଅଛିନ୍ତି । ବାପାଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ଯାହା ପରିବାର ପାଇଁ ଅତ୍ୟନ୍ତ ଦୁଃଖଦ ଓ ମର୍ମାହତକରୀ ଦେଇଛି I ବାପା ହେଉଛନ୍ତି ପରିବାରର ମେରୁଦଣ୍ଡ ତାଙ୍କ ବିୟୋଗରେ ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି I ଏଵେ ୨ପୁଅ ବେସାହାରା ହୋଇ ପଡିଛନ୍ତି, ବେସାହାରା ପୁଅ ମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି I ରହିବା ପାଇଁ ଘର କହିଲେ ଛପର ଘର, ସାଇ ପଡିସା ହିଁ ସାହା ଭରସା, ଏଭଳି ସମୟରେ ବେସାହାରା ହୋଇଯାଇଥିବା ୨ଭାଇ ଙ୍କୁ ସହାୟତା ର ହାତ ବଢ଼ାଇ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ନେତୃତ୍ୱରେ ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେ ଲହଜଳ,ଜିଲ୍ଲା ସାଧାରଣ ସଂପାଦକ ଲବଣି ଯାଦବ,ପ୍ରମୋଦ ହଂସ,ବ୍ଲକ ବିଜେଡି ମହିଳା ସଭାନେତ୍ରୀ ମମତାରାଣୀ ଗୋପାଳ, ଜୟନ୍ତପୁର ନାଏବ ସରପଞ୍ଚ ବାଲମତି ପୁଝାରି ପ୍ରମୁଖ ମୃତ ପରିବାର କୁ ଭେଟି କିଛି ଆର୍ଥିକ ସହଯୋଗ କରିଥିଲେ I ଏଭଳି ମହତ କାର୍ଯ୍ୟ ପାଇଁ ଗ୍ରାମର ମହେଶ୍ୱର ଜୁଏଡ଼, ଗଣ୍ଡାରାମ ସାହୁ, ହୁକିମ ଭଇଁସାଲ, ଟଙ୍କ କାଣ୍ଡ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
