ବରୀ କୁ ସ୍ୱତନ୍ତ୍ର ବିପର୍ଜୟ ଅଞ୍ଚଳ ଘୋଷଣା କରିବାକୁ ଦାବୀ।
ବରୀ, ୧୮/୦୮ ( ରଂଜିତ ମହାନ୍ତି ) : ସମଗ୍ର ବରୀ ଅଞ୍ଚଳ ଟି ତଳିଆ ଓ ନଦୀ ନାଳ ଘେରା ଅଞ୍ଚଳ ଭାବେ ପରିଚିତ। ବିଗତ ପଚାଶ ଦିନ ହେବ ଲଗାଣ ବର୍ଷା ଓ ପନ୍ଦର ଦିନ ମଧ୍ୟରେ ଦୁଇ ଦୁଇ ଥର ବନ୍ୟା ରେ ସମସ୍ତ ଅଣ ତିରିଶ ପଞ୍ଚାୟତ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଗଲାଣି।ଆଜି ନବ ନିର୍ମାଣ କୃଷକ ସଂଗଠନ ର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ବରୀ ର ବିଭିନ୍ନ ଅଞ୍ଚଳ ଯାଇ ବନ୍ୟାର ବିଭୀଷିକା ଅନୁଭବ କରିଥିଲେ। ବିଶେଷ କରି ବରୀ ର ଉପାନ୍ତ ଅଞ୍ଚଳ କନ୍ତିଆ, କୁମ୍ଭୁକା, ସରବରା ମାନଙ୍କର ଅତି ଦୟନୀୟ ଅବସ୍ଥା। ଭଅଁର।, ଛତିଶ ଦେବିଲ ପଞ୍ଚାୟତ ରେ ବି ସମାନ ଅବସ୍ଥା।ଏଠି ପ୍ରଶ୍ନ ଉଠୁଛି ଯେ, ପନ୍ଦର ଦିନ ତଳେ ବରୀ ରେ ଚାରୋଟି ବଡ ଘାଇ ହୋଇଥିଲା। ଏହାର ଘାଇ ବନ୍ଧା କାମ ଦୁଇ ସପ୍ତାହ ମଧ୍ୟରେ ହୋଇ ପାରିଲାନି ଯେ, ଏବେର ବନ୍ୟା ପୁଣି ସେଇ ବାଟେ ପଶି ଆସିଲା। ଯାହା ଜଣା ପଡୁଛି ଆଗମି ଦୁଇ ମାସ ଏଭଳି ସ୍ଥିତି ରହିବ। ଲୋକଙ୍କ ଅଭିଯୋଗ ଆଧାର ରେ , ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ବିଡିଓ କିମ୍ବା ତହସିଲଦାର କିମ୍ବା ଅନ୍ୟ ସରକାରୀ ଅଫିସର ସେ ଅଞ୍ଚଳ କୁ ଆସି ନାହାନ୍ତି। ଏହି ମର୍ମ ରେ ଶ୍ରୀ ରାୟ ଦାବୀ କରିଛନ୍ତି ଯେ, ବରୀ କୁ ଏକ ସ୍ୱତନ୍ତ୍ର ବିପର୍ଜୟ ଅଞ୍ଚଳ ଘୋଷଣା କରାଯାଉ, ଯେଉଁଥିରେ ପ୍ରତି ପଞ୍ଚାୟତ ପାଇଁ ଜଣେ ଜଣେ ଅଭିଜ୍ଞ ଓଏଏସ୍ ଅଧିକାରୀ ଙ୍କୁ ନିୟୋଜିତ କରି ଜୀବନ ଜୀବିକା, ପଶୁ ସମ୍ପଦ ସୁରକ୍ଷା, ଗମନା ଗମନ, ସ୍ୱାସ୍ଥ୍ୟ ସେବା, ଉଦ୍ଧାର କାର୍ଯ୍ୟ ଭଳି ମୌଳିକ କାର୍ଯ୍ୟ କୁ ଶୃଙ୍ଖଳିତ କରାଯାଉ। ବିଶେଷ କରି ନଷ୍ଟ ହୋଇଥିବା ଫସଲ କ୍ଷତି ପୂରଣ ସହ ଆଗାମୀ ଚାଷ ପାଇଁ ବିଧି ବଧ ଯୋଜନା ହେଉ। ଏହି ପ୍ରତିନିଧି ଦଳ ରେ ବରିଷ୍ଠ ନେତୃତ୍ୱ ମାଧବାନନ୍ଦ ଶାନ୍ତି, ମୃତ୍ୟୁଞ୍ଜୟ ପାତ୍ର, ଧନଞ୍ଜୟ ବିଶ୍ୱାଳ ଙ୍କ ସମେତ ସ୍ଥାନୀୟ ଚାଷୀ ଦୁର୍ଯ୍ୟୋଧନ ପଢିଆରି,ସୁରେନ୍ଦ୍ର ମଲ୍ଲିକ୍, ପ୍ରଭୃତି ସାମିଲ ଥିଲେ।