କଳାହାଣ୍ଡି, ୨୬/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ମୂଖ୍ୟାଳୟ ବିଶ୍ଵନାଥପୁର ବ୍ଲକ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି I ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ଙ୍କ ନେତୃତ୍ୱରେ ଏବଂ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର,ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଂଜିବ କୁମାର ନାୟକ,ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ପୂର୍ବତନ ଉପାଧ୍ୟକ୍ଷ ଜଗଦିଶ ବେନିଆ ଯୋଗଦେଇ ଥିଲେ I ଉକ୍ତ ଶିବିର ରେ ଲାଞ୍ଜିଗଡ଼ ବ୍ଲକ ର ବିଭିନ୍ନ ବିଭାଗର ଭିନ୍ନକ୍ଷମ ସମୁଦାୟ ୨୩୯ ଜଣ ମହିଳା ପୁରୁଷ ଓ ଯୁବକ ଯୁବତୀ ଯୋଗଦେଇ ନିଜ ନିଜ ଭିନ୍ନକ୍ଷମ ସମସ୍ୟା ଉପରେ ଡ଼ାକ୍ତରଙ୍କ ସହିତ ଆଲୋଚନା କରିଥିଲେ ।
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

