Hot Posts

6/recent/ticker-posts

‘ପଞ୍ଚମକାର’ ଲୋକାର୍ପଣ ଉତ୍ସବ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ

ସୁବର୍ଣ୍ଣପୁର, ୨୬/୦୮ ( ଜଗଦିଶ ମେହେର ) : ‘ପଞ୍ଚମକାର’ ଲୋକାର୍ପଣ ଉତ୍ସବ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l  ଏହି ଉତ୍ସବରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶୀମତୀ ଅଞ୍ଜଳିନା ପ୍ରଧାନ ଓ ଉପ ଜିଲ୍ଲାପାଳ ସୋନପୁର ଡ. ସୌମ୍ୟରୂପା ରଥ ଉପସ୍ଥିତ ଥିଲେ l ‘ପଞ୍ଚମକାର’ କେବଳ ତାନ୍ତ୍ରିକ ଉପାସନା ପଦ୍ଧତିର ଉପାଦାନ ନୁହେଁ ବରଂ ଏହା ସୁବର୍ଣ୍ଣପୁରକୁ ପରିଚିହ୍ନିତ କରୁଥିବା ମଲ୍ଲି, ମୁଗ, ମଠ, ମନ୍ଦିର ଓ ମାଛ ପ୍ରଭୁତି ପାଞ୍ଚଟି ମ କାର ସଂଯୋଗ ସେତୁ l ତେବେ ଦୀର୍ଘ ୨୦ ବର୍ଷର ସୁବର୍ଣ୍ଣପୁର ଲୋକ ମହୋତ୍ସବର ସ୍ମରଣିକା ରେ ପ୍ରକାଶିତ ଉପାଦେୟ ମନୋନୀତ ଓ ନିର୍ବାଚିତ ଗବେଷଣାତ୍ମକ ପ୍ରବନ୍ଧ ସଂକଳନ ହେଉଛି ‘ପଞ୍ଚମକାର’ । ଏଥିରେ ସୁବର୍ଣ୍ଣପୁରର ଐତିହ୍ୟ, ସଂସ୍କୃତି, ଧର୍ମଧାରା, ଭାଷାସାହିତ୍ୟ ତଥା କଳା, ସ୍ଥାପତ୍ୟ ସନ୍ନିବେଶିତ ହୋଇଛି । ଏହି ଲୋକାର୍ପଣ ଉତ୍ସବରେ ସ୍ଵାଗତ ସମ୍ଭାଷଣ ଡକ୍ତର ସୌରଭ ରଞ୍ଜନ ଖମାରି ପ୍ରଦାନ କରିଥିଲେ, ତାପରେ ଜିଲ୍ଲାପାଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସଭାରେ ପ୍ରଥମେ ଉପ ଜିଲ୍ଲାପାଳ ସୋନପୁର ବକ୍ତବ୍ୟ ରଖିଥିଲେ l ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଶେଷରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଡ. ନୃପରାଜ ସାହୁ ନିଜର ଅଭିଭାଷଣ ରଖିଥିଲେ l ଜିଲ୍ଲାପାଳଙ୍କ ଅଭିଭାଷଣ ପରେ ଦୀର୍ଘ 20 ବର୍ଷର ସୁବର୍ଣ୍ଣପୁର ଲୋକ ମହୋତ୍ସବର ସ୍ମରଣିକା ରେ ପ୍ରକାଶିତ ଉପାଦେୟ ମନୋନୀତ ଓ ନିର୍ବାଚିତ ଗବେଷଣାତ୍ମକ ପ୍ରବନ୍ଧ ସଂକଳନ ହେଉଛି "ପଞ୍ଚମକାର" ଗୋଟିଏ ଓଡ଼ିଆ ଓ ଇଂରାଜୀ ଭାଷାରେ ପୁସ୍ତକ ପ୍ରିୟ ଜିଲ୍ଲାପାଳଙ୍କ ଦ୍ଵାରା ଲୋକାର୍ପିତ ହୋଇଅଛି l ସୁବର୍ଣ୍ଣପୁରର ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଓ ମାଟିର ଅସ୍ମିତାକୁ ନେଇ ପ୍ରକାଶିତ "ପଞ୍ଚମକାର" ପୁସ୍ତକର ଓଡିଆ ଓ ଇଂରାଜୀ ସଂସ୍କରଣର ଲୋକାର୍ପଣ ଉତ୍ସବରେ ସମସ୍ତ ପ୍ରମୁଖ ସାହିତ୍ୟିକ, କବି, ଲେଖକ, ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ସାମ୍ବାଦିକ ଯୋଗଦାନ କରିଥିଲେ ଏବଂ ମତ ପ୍ରଦାନ କରିଥିଲେ l ତାପରେ ସଭାପତି ଇଙ୍କଫେଷ୍ଟ ଶ୍ରୀ ସ୍ଵାଧୀନ କୁମାର ମେହେର ବକ୍ତବ୍ୟ ରଖିଥିଲେ l ଶେଷରେ ଉପ ସଭାପତି ଇଙ୍କଫେଷ୍ଟ ଶ୍ରୀ ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ଏହି ଲୋକାର୍ପଣ ଉତ୍ସବ ଟିକୁ ଶ୍ରୀ ଅମ୍ବୁଜ ବିହାରୀ ଶତପଥୀ ସଂଯୋଜନା କରିଥିଲେ l ଜିଲ୍ଲା ସଂସ୍କୃତି ପରିଷଦ, ସୁବର୍ଣ୍ଣପୁର ଓ ଇଙ୍କଫେଷ୍ଟ ର ମିଳିତ ଉଦ୍ୟମରେ ଏହି ଲୋକାର୍ପଣ ଉତ୍ସବ ପରିଚାଳିତ ହୋଇଥିଲା l