ଚଚାରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଝରିଗାଁ, ୧୯/୦୮ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ନୂତନ ରାଧାକୃଷ୍ଣ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଯାଦବ ମହାସଭା ଉପସଭାପତି ସୈନିକ ଗୌଡ଼, ଯୁବ ସଭାପତି ନବକିଶୋର ଗୌଡ଼, ଉପସଭାପତି ସହଦେବ ଗୌଡ଼, ଝରିଗାଁ ବ୍ଲକ ଯାଦବ ସମାଜ ସଭାପତି ନନ୍ଦ ଗୌଡ଼ ଏବଂ ଚଚା ପଞ୍ଚାୟତ ସଭାପତି ଦିବାକର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍ବ୍ୟତୀତ ବ୍ଲକର ୨୩ଟି ପଞ୍ଚାୟତର ସଭାପତି ଓ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଓ ନନ୍ଦୋତ୍ସବକୁ ଅତ୍ୟନ୍ତ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରିବା ପାଇଁ ବୈଠକରେ ବିସ୍ତୃତ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ଉତ୍ସବରେ ବିଭିନ୍ନ ଗ୍ରାମରୁ ବହୁସଂଖ୍ୟକ ଭକ୍ତ ଓ ଯାଦବ ସମାଜର ଲୋକମାନେ ଏକତ୍ରିତ ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତଙ୍କ ସହଯୋଗ ଓ ଏକତା ମାଧ୍ୟମରେ ଏହି ପର୍ବକୁ ସଫଳ କରିବା ପାଇଁ ଉପସ୍ଥିତ ସଦସ୍ୟମାନେ ସଙ୍କଳ୍ପ ନେଇଛନ୍ତି।