Hot Posts

6/recent/ticker-posts

ବରୀରେ ବନ୍ୟା: ଭେଳାରେ ଘରେ ଘରେ ପହଞ୍ଚୁଛି ଶୁଖିଲା ଓ ରନ୍ଧା ଖାଦ୍ୟ

ବରୀ, ୨୬/୦୮ ( ରଂଜିତ ମହାନ୍ତି ) : ବନ୍ୟା ପରିସ୍ଥିତି ଯୋଗୁଁ ବରୀ ଅଞ୍ଚଳର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଆରଙ୍ଗବାଦ ପଞ୍ଚାୟତର ବିଭିନ୍ନ ୱାର୍ଡରେ ବନ୍ୟା ପୀଡ଼ିତଙ୍କ ପାଖରେ ସହାୟତାର ହାତ ବଢ଼ାଇଛନ୍ତି ସମାଜସେବୀ ଅଜିତ ଜେନା। ପଞ୍ଚାୟତର ବିଭିନ୍ନ ୱାର୍ଡରେ ଭେଳା ଯୋଗେ ଘରେ ଘରେ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ପହଞ୍ଚାଇ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା କରାଯାଉଛି। ବନ୍ୟାଜଳ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ସ୍ଥାନରେ ଭେଳା ମାଧ୍ୟମରେ ଖାଦ୍ୟ ପହଞ୍ଚାଇବାର ଏହି ପ୍ରୟାସ ସ୍ଥାନୀୟ ଲୋକଙ୍କ ପାଇଁ ଉପକାରୀ ହୋଇଛି। ଏଭଳି ବିପଦ ସମୟରେ ବନ୍ୟା ପୀଡ଼ିତଙ୍କ ନିକଟରେ ପହଞ୍ଚି ଖାଦ୍ୟ ଯୋଗାଇ ଦେଇଥିବାରୁ ବରୀ ଅଞ୍ଚଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦାମାନେ ସମାଜସେବୀ ଅଜିତ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି।