ଲଗାଣ ବର୍ଷାରେ ଭାଙ୍ଗିଲା ଘର , ଅଳ୍ପକେ ବର୍ତିଲେ ପରିବାର ।
କଳାହାଣ୍ଡି, ୨୩/୦୮ ( ରିତେଶ କୁମାର ମୁଣ୍ଡ ) : ଏହି ଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ରଣମାଲ ପଞ୍ଚାୟତ ମତୁଆଲ ଗୁଡା ଠାରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ଲଘୁଚାପର ଲଗାଣ ବର୍ଷାରେ ମତୁଆଲଗୁଡା ର ସୁରେଶ ପଟେଲ ଙ୍କ ଘର ଭୁଶୁଡ଼ି ଯାଇଥିବା ସୂଚନା , ଅଳ୍ପକେ ବର୍ତ୍ତି ଗଲେ ପରିବାର । ଏହି ପରିବାରରେ ଛଅ ଜଣ ସଦସ୍ୟ ରହୁଥିବା ବେଳେ ବର୍ତ୍ତମାନ ପରିବାର ବର୍ଗଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଏବଂ ବର୍ତ୍ତମାନର ପରିସ୍ଥିତି କୁ ନେଇ ପଲିଥିନ୍ ଆଉ ଆବାସ ଘର ଯୋଗାଇଦେବା ନେଇ ସୁରେଶ ପଟେଲ ସରକାରଙ୍କୁ ଅନୁରୋଧ କରିଛନ୍ତି ।