Hot Posts

6/recent/ticker-posts

*ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୫୦ ତମ ଜୟନ୍ତୀ ସଂକଳ୍ପ ଅଭିଯାନ ଶୋଭାଯାତ୍ରାରେ ବିପୁଳ ଜନ ସମାଗମ।*

ରାୟଗଡ ୨୩/୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ ଜିଲ୍ଲା ବିଜେପି ତରଫରୁ ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ ୬୫୦ ତମ ଜୟନ୍ତୀ ଅବସରରେ ସମରସ ସଂକଳ୍ପ ଅଭିଯାନ ଅନ୍ତର୍ଗତ ପବିତ୍ର କଳସ ରଥର ଶୋଭାଯାତ୍ରା ସହିତ ଯାନପୁର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସମ୍ମିଳନୀରେ ଏକାଧିକ ସାଧୁ ସନ୍ଥଙ୍କ ଯୋଗଦାନ ସହିତ ହଜାର ହଜାର ଶ୍ରଦ୍ଧାଳୁ ଓ ଜନସାଧାରଣ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂସଦୀୟ ବୋର୍ଡ଼ ଅଧ୍ୟକ୍ଷ ବିଦ୍ୟା ଶଙ୍କର ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଦିତ୍ୟ ବେହେରା, କାଳୀରାମ ମାଝୀ, ବସନ୍ତ ଉଲ୍ଲକା, ଜିଲ୍ଲା ସଭାପତି ରତନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।