Hot Posts

6/recent/ticker-posts

ନଦୀ ଆରପାରି ବନ୍ୟାଘେର ରେ ଫସିଲେ ଚାଷି ପରିବାର,ଓଡ୍ରାଫ ଟିମ ଦ୍ୱାରା ଉଦ୍ଧାର ।

କଳାହାଣ୍ଡି, ୨୩/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଲଘୁଚାପ ଜନିତ ଲଗାଣ ବର୍ଷା ରେ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ବାର ବଖରା ଗ୍ରାମ ନିକଟରେ ପ୍ରବାହିତ ନଦୀ ଆରପାରି ରେ ଚାଷି ପରିବାର ର ୪ ଜଣ ସଦସ୍ୟ ବନ୍ୟାଘେର ରେ ଫସି ରହିଥିବା ଜଣାପଡିଛି I ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କୁ ସୂଚନା ଦେଇଥିଲେ I ଏନେଇ ଉପାଧ୍ୟକ୍ଷ ବ୍ଲକ ପ୍ରଶାସନ ସହ ଯୋଗାଯୋଗ କରି ତ୍ୱରିନ୍ତ ପଦକ୍ଷେପ ନେଇ ଘଟଣାସ୍ଥଳରେ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ, ବିଡ଼ିଓ ଡ଼.ହିମାଞ୍ଚଳ ମାଝୀ ଙ୍କ ସହ ପହଞ୍ଚିଥିଲେ I ପରେ ଧର୍ମଗଡ ଓଡ୍ରାଫ କର୍ମଚାରୀ ଙ୍କୁ ଫୋନ୍ ଯୋଗେ ଡକାଇ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା I ସୂଚନାମତେ ଆଜି ସକାଳୁ ଖୁଣ୍ଟିଆ ଗ୍ରାମର ଚାଷି କୁମନାଥ ଧରୁଆ ଙ୍କ ପରିବାର ର ସନମତି ଧରୁଆ,ପଦନା ଧରୁଆ, ପରା ଧରୁଆ, ମମିତା ଧରୁଆ ୫ ଜଣ ସଦସ୍ୟ ଚାଷଜମି କୁ ଯାଇଥିଲେ I ତେବେ ଲଗାଣ ବର୍ଷା ଯୋଗୁଁ ହଠାତ ମୁଡ୍ରା ନଦୀ ର ଜଳସ୍ତର ବୃଦ୍ଧି ପାଇବା ପରେ ସେମାନେ ନଦୀ ଆରପାରି ରହି ଯାଇଥିଲେ I ତେବେ ଘଟଣାସ୍ଥଳରେ ବ୍ଲକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଥିଲେ I



କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ