Hot Posts

6/recent/ticker-posts

ଅବସର ଦିନରେ ଦୁଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍, ଜୟପୁର ବିଇଓ କାର୍ଯ୍ୟାଳୟର ତ୍ୱରିତ ପଦକ୍ଷେପ

ଜୟପୁର, ୩୧/୦୮ ( ଏ. ଭେଙ୍କଟ ରାଓ ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଜୟପୁର ଅନ୍ତର୍ଗତ ଯମୁନା ଗୁଡା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁଷମା ନାୟକ ଓ ଜାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସବିତା କୁମାରୀ ଆଣ୍ଡ୍ରସେନ ଆଜି ଅର୍ଥାତ୍ ୩୧.୦୮.୨୦୨୬ ରିଖ ଦିନ ଚାକିରି ରୁ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଆଜି ଅର୍ଥାତ୍ ଅବସର ଗ୍ରହଣ ଦିନ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦ୍ବୟ ଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଙ୍କ କାର୍ଯ୍ୟାଳୟ ଦ୍ବାରା ପୁର୍ଣାଙ୍ଗ ପେନସନ୍ ପ୍ରଦାନ କରାଯାଇଛି, ଉକ୍ତ ପୁର୍ଣାଙ୍ଗ ପେନସନ୍ ୨୯ ତାରିଖ ଦିନ ହିସାବ ନିୟନ୍ତ୍ରକ ଭୁବନେଶ୍ୱର ମଞ୍ଜୁର କରିଥିବା ଶ୍ରୀ ଶଶୀଭୂଷଣ ଦାଶ ବରିଷ୍ଠ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଜୟପୁର ସୁଚନା ଦେଇଛନ୍ତି, ଶ୍ରୀ ଦାଶ୍ କହିଛନ୍ତି ଯେ ଗତ ମେ ୨୦୨୫ ରିଖ ଠାରୁ ଯେଉଁ ମାନେ ଚାକିରି ରୁ ଅବସର ଗ୍ରହଣ କରୁଛନ୍ତି ସେମାନଙ୍କୁ ଲଗାତାର ଭାବେ ପ୍ରତି ମାସରେ ପୁର୍ଣାଙ୍ଗ ପେନସନ ପ୍ରଦାନ କରାଯାଉଛି, ଅବସର ଗ୍ରହଣ କରିବାକୁ ଯାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କେମିତି ପୁର୍ଣାଙ୍ଗ ପେନସନ୍ ପାଇବେ ସେଥିପ୍ରତି ଗୁରୁତ୍ୱ ଦିଆ ଯାଉଛି, ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର କହିଛନ୍ତି ଯେ ଏଥି ମଧ୍ୟରେ ପୁରୁଣା ବକେୟା ରହିଯାଇଥିବା ପେନସନ୍ ଗୁଡ଼ାକ ମଧ୍ୟ ଚୁଡାନ୍ତ ହୋଇ ସାରିଛି, ଯେଉଁ ମାନଙ୍କର ଚାକିରି କାଳରେ କିଛି ଅସୁବିଧା ଓ ମନ୍ତବ୍ୟ ରହିଛି ମାତ୍ର ହାତ ଗଣତି ୨ ରୁ ୩ ଜଣଙ୍କର ପେନସନ୍ ନିମନ୍ତେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି, ପ୍ରାୟ ଦେଢ଼ ବର୍ଷ ହେବ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଦ୍ବାରା ପେନସନ୍ କାର୍ଯ୍ୟ ଧୃତ ଗତିରେ ଚାଲିଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି, ଏହା କୁ ନେଇ ଶିକ୍ଷକ ମହଲରେ ଖୁସି ର ବାତାବରଣ ଖେଳିଯାଇଛି , ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଙ୍କ କାର୍ଯ୍ୟ ଦକ୍ଷତା କୁ ବହୁ ମାତ୍ରାରେ ପ୍ରଶଂସା କରୁଥିବା ଜଣା ପଡିଛି ଉକ୍ତ କାର୍ଯ୍ୟକ୍ରମରେ ରେ ବିଭାଗୀୟ ଅଧିକାରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କେ ଗୋପାଳ, କନିଷ୍ଠ ସହାୟକ ଶ୍ରୀ ସାନ୍ତୁନୁ ଜେନା ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ.