Hot Posts

6/recent/ticker-posts

ପାରାବେଢ଼ାରେ ଦୁର୍ଗାପୂଜା ପାଇଁ ଭୂମିପୂଜନ, ସର୍ବସମ୍ମତିକ୍ରମେ ନୂଆ କମିଟି ଗଠିତ

କୋରାପୁଟ, ୩୧/୦୮ ( ଏ. ଭେଙ୍କଟ ରାଓ ) : ମାଁ ଦଶଭୁଜାମହାମାୟାଙ୍କ ଅପାର କରୁଣା ରୁ ଆଜି ପାରାବେଢ଼ା ଦଶହରା ପୂଜା ନିମନ୍ତେ ଭୂମି ପୂଜନ ପାରମ୍ପରିକ ରୀତିନୀତି ଅନୁଯାୟୀ ସଫଳତାର ସହ ସମାହିତ ହୋଇ ଯାଇଛି । ତତ୍ ସହ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଦଶହରା କମିଟି ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ଏହି ବର୍ଷ ଦୁର୍ଗା ପୂଜା - ୨୦୨୬ ନିମନ୍ତେ ଶ୍ରୀ k. ମୌଳିଧର (ସଭାପତି), ଶ୍ରୀ ସୂର୍ଯ୍ୟ ପଟ୍ଟନାୟକ (ସମ୍ପାଦକ) ଓ ଶ୍ରୀ ରାମ ପ୍ରସାଦ ବ୍ରହ୍ମା ଙ୍କୁ (କୋଷାଧିକ୍ଷ) ଭାବେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ନବ ନିର୍ବାଚିତ ପାରାବେଢ଼ା ଦୂର୍ଗାପୂଜା କମିଟି କର୍ମକର୍ତ୍ତା ମାନଙ୍କୁ ଉପସ୍ଥିତ ସଭ୍ୟସଭ୍ୟା ସ୍ବାଗତ ଜଣାଇଥିଲେ ଓ ସେମାନଙ୍କ ନେତୃତ୍ୱରେ ଶାରଦୀୟ ଦୂର୍ଗାପୂଜା ର ସଫଳ ସମ୍ପାଦନା ନିମନ୍ତେ ବିଶ୍ୱାସ ଜାହିର କରିଥିଲେ ।