ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ରାହ୍ମଣ ପରିଷଦ ଗଠନ
ବୀରମହାରାଜପୁର, ୩୦/୦୮ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ବ୍ରାହ୍ମଣ ଏକତା ମଞ୍ଚର ପରିଷଦ ରବିବାର ଗଠିତ ହୋଇ ଯାଇଛି । ରାଧେଶ୍ୟାମ ମଠ ଟିଠିପାଲି ଠାରେ ଆୟୋଜିତ ବ୍ରାହ୍ମଣ ସମାବେଶରେ ପ୍ରଥମେ ପାଦଧୌତ ସେବାପରେ ସାମୂହିକ ବିଷ୍ଣୁ ସହସ୍ରନାମ ପଠନ କରାଯାଇଥିଲା।ପରେ ପରେ ଆୟୋଜିତ ଏକ ସାଧାରଣ ସଭାରେ ଅକ୍ଷୟ ମିଶ୍ର ସଭାପତିତ୍ବ କରିଥିଲେ । ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ ସହିତ ସ୍ବାଗତ କରିଥିଲେ ।ଏଥିରେ ଉଲୁଣ୍ଡା ସଭାପତି ପ୍ରଶାନ୍ତ ଶତପଥୀଙ୍କ ସମେତ ମେଡେନ୍ ବିଶି, ବୈକୁଣ୍ଠ ଶତପଥୀ, କିଶୋର ହୋତା, ନାରାୟଣ ମିଶ, ସତ୍ୟଞ୍ଜିବ ମିଶ୍ର,ବିବଶ୍ବତି ପଣ୍ଡା,ନୀଳାମ୍ବର ପଣ୍ଡା, ଲକ୍ଷ୍ମଣ ପାଣ୍ଡିଆ, ରାଧେଶ୍ୟାମ ପୁରୋହିତ, ଦୟାନିଧି ହୋତା, ବିଶ୍ବେଶ୍ବର ପାଣିଗ୍ରାହୀ, କଳାକାହ୍ନୁ ପଣ୍ଡା ପ୍ରମୁଖ ବକ୍ତବ୍ୟ ଦେଇ ଭାରତରେ ଆଜି ବ୍ରାହ୍ମଣ ଅବହେଳିତ ଓ ନିଷ୍ପେସିତ ବୋଲି କହିବା ସହିତ ସଂଗଠନ ମାଧ୍ୟମରେ ଏକତା ସୃଷ୍ଟିକରି ସଂଗ୍ରାମ କରିବାକୁ ଆହ୍ବାନ କରିଥିଲେ ।ଏହି କ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ଏକତା ମଞ୍ଚର ପରିଷଦ ଗଠନ କରା ଯାଇଥିଲା।ଏହି ପରିଷଦର ସଭାପତି ଭାବେ ଶ୍ୟାମ ସୁନ୍ଦର ପଣ୍ଡା ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ବ୍ୟୋମକେଶ ପଣ୍ଡା, କାର୍ଯ୍ୟକାରୀ ସଭାପତି ନବାରୁଣ ଦେବଦତ୍ତ ଶତପଥୀ, ସଂପାଦକ ନାରାୟଣ ରଥ, ସହ ସଂପାଦକ ପ୍ରଦୀପ ପଣ୍ଡା, ଦେବେନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଜୀତେନ୍ଦ୍ରୀୟ ଦାଶ, ସଂଗଠନ ସଂପାଦକ ଗୌତମ ପଣ୍ଡା, ସଂଗଠନ ମହାମନ୍ତ୍ରୀ ରମେଶ ପଣ୍ଡା, ଚମ୍ପେଶ୍ବର ମିଶ୍ର, ଉପଦେଷ୍ଟା କମିଟିର ସଦସ୍ୟ ଭାବେ ବାଳକୃଷ୍ଣ ପୁରୋହିତ, ଗଜାନନ ପଣ୍ଡା, ଅଶୋକ କର, ଧର୍ମ କୁମାର ଶତପଥୀ, ପ୍ରଦ୍ୟୁମ୍ନ ପୁରୋହିତ ଭାଗିରଥି ନାୟକ, ନୀଳାମ୍ବର ପଣ୍ଡା, ରମେଶ ପଣ୍ଡା, ସୁରେନ୍ଦ୍ର ଓତା, ରାଜେଶ୍ ପାଣିଗ୍ରାହୀ ରହିଛନ୍ତି। ସେହିପରି ସଂଯୋଜକ ସତ୍ୟବାନ୍ ପୁରୋହିତ,ପ୍ରିୟ ରଞ୍ଜନ ଦାଶ, ମେଡିଆ ପ୍ରମୁଖ ରବିନ୍ଦ୍ର ହୋତା ନିର୍ବାହୀ କମିଟି ସଦସ୍ୟ ଭାବରେ ମଧୁସୂଦନ ଚାନ୍ଦ, ଚକ୍ରଧର ଚାନ୍ଦ, ବାନା ଭୂଷଣ ପଣ୍ଡା, ବୃନ୍ଦାବନ ପଣ୍ଡା, ବିଶ୍ବଧର ପୁରୋହିତ, ବିଜୟ ହୋତା, ଅମ୍ବରୀଶ ପଣ୍ଡା, ସତ୍ୟ ନାରାୟଣ ଚାନ୍ଦ, ରମାକାନ୍ତ ରଥ, ଅଶୋକ ପଣ୍ଡା, ରାମଚନ୍ଦ୍ର ପଣ୍ଡା, ବନମାଳୀ ପଣ୍ଡା, ଚମ୍ପେଶ୍ବର ମିଶ୍ର, ଆଇନ୍ ପରାମର୍ଶ ଦାତା ଭାବେ ଶ୍ରୀନିବାସ ଚାନ୍ଦ, ଶ୍ରୀଧର ଦାଶ, ପ୍ରଦୀପ କୁମାର ମିଶ୍ର ପ୍ରମୁଖ ରହିଛନ୍ତି । ସେହିପରି ଉଭୟ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ମୁଖ୍ୟ ସଂଯୋଜକ ତଥା ଅଧ୍ୟକ୍ଷ ଭାବରେ ଡ ପ୍ରଫୁଲ୍ଲ କୁମାର ରଥଙ୍କୁ ମନୋନୀତ କରାଯାଇଛି। ଆଜିର ସମାବେଶରେ ସୋନପୁର, ଉଲୁଣ୍ଡା ଆଦି ବ୍ଲକ୍ରୁ ବ୍ରାହ୍ମଣମାନେ ପ୍ରତିନିଧିତ୍ଵ କରିଥିବା ବେଳେ ରବିନ୍ଦ୍ର ପଣ୍ଡାଙ୍କ ପୃଷ୍ଠପୋଷକତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏକତା ମଞ୍ଚର ସଂଯୋଜକ ଯୁଗଳ କିଶୋର ମିଶ୍ର ସଭା ପରିଚାଳନା କରିଥିବାବେଳେ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।