Hot Posts

6/recent/ticker-posts

କଟକ ଶଙ୍କରପୁର ସାହିରେ ଥିବା ଶ୍ରୀ ଗୋପୀନାଥ ଙ୍କ ମନ୍ଦିରରେ ଆରମ୍ଭ ହୋଇଛି ରାଧାକୃଷ୍ଣ ଙ୍କ ଝୁଲଣ ଯାତ୍ରା।

କଟକ, ୨୫/୦୮ ( କାହୁଁ ଚରଣ ବାରିକ ) : କଟକ ଶଙ୍କରପୁର ସାହିରେ ଥିବା ଶ୍ରୀ ଗୋପୀନାଥ ଙ୍କ ମନ୍ଦିରରେ ଆରମ୍ଭ ହୋଇଛି ରାଧାକୃଷ୍ଣ ଙ୍କ ଝୁଲଣ ଯାତ୍ରା। ଏହି ଝୁଲଣ ଯାତ୍ରା ପାଞ୍ଚ ଦିନ ଧରି ଚାଲିଥିବାକୁ ଥିବା ବେଳେ ରାକ୍ଷୀ ପୂର୍ଣ୍ଣିମା ଦିନ ଶେଷ ହେବ। ଏଥିପାଇଁ ମନ୍ଦିର ପରିସର କୁ ସୁସଜ୍ଜିତ କରାଯାଇଥିବା ବେଳେ ରଧାକୃଷ୍ଣ ଙ୍କୁ ଏକ ସୁସଜ୍ଜିତ ଦୋଳିରେ ଝୁଲାଇ ଥିଲେ ଶ୍ରଦ୍ଧାଳୁ ମାନେ। ସାହି କମିଟି ପକ୍ଷରୁ ଠାକୁରଙ୍କୁ ଦୋଳି ରେ ଖେଳାଯିବା ସହ ସଂକୀର୍ତ୍ତନ, ଭଜନ ଓ ପୂଜାର୍ଚ୍ଚନା କରାଯାଇଛି।