ଛେନା,ପନିର ପାଇଁ ବ୍ୟବହାର ହେଉଛି ମାରାତ୍ମକ ଏସିଟିକ୍ ଏସିଡ୍!
କଟକ, ୨୫/୦୮ ( କାହୁଁ ଚରଣ ବାରିକ ) : କଳକାରଖାନାରେ ବ୍ୟବହୃତ ହେଉଥିବା ଏସିଟିକ୍ ଏସିଡ୍ କ୍ଷୀରରୁ ଛେନା କାଟିଵା ପାଇଁ ଵ୍ୟଵହାର ହେଉଥିବା ଅଭିଯୋଗ ହେଉଛି। ସେହି ଛେନାରୁ ପନିର ତିଆରି ହେଉଛି। ଏହି ଏସିଟିକ୍ ଏସିଡ୍ ରେ ୯୯.୮୫ପ୍ରତିଶତ ଏସିଡ ରହିଛି। ଏହି ଏସିଡ ଵ୍ୟଵହାର ସମୟରେ ହାତରେ ଗ୍ଲୋଵ୍ସ, ପାଦରେ ଗନଵୁଟ, ଆଖିରେ ଚଷମା ଓ ଆପ୍ରୋନ ପିନ୍ଧିଵା ପାଇଁ ନିର୍ଦ୍ଦେଶ ରହିଥାଏ। ଯେଉଁ ଏସିଡ୍ ଏତେ କ୍ଷତିକାରକ ତାକୁ ଛେନା, ପନିର ଭଳି ଖାଦ୍ୟ ତିଆରିରେ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ଏହି ଏସିଡରେ ଛେନା ଛିଡେଇଲେ ସାମାନ୍ୟ ଅଧିକ ଛେନା ମିଳିଥାଏ। ସାଧାରଣତଃ ଭିନେଗାର କିମ୍ବା ଛେନା ପାଣିରେ ଛେନା ଛିଡା ଯାଇଥାଏ। ମାତ୍ର ଏହି ପ୍ରକ୍ରିୟାରେ ଛେନା ଛିଡେଇଲେ କମ୍ ଛେନା ମିଳୁଥିବାରୁ କିଛି ଅସାଧୁ ଵ୍ୟଵସାୟୀ ଏଭଳି ଅତ୍ୟନ୍ତ ହାନିକାରକ ଏସିଡ ଵ୍ୟଵହାର କରି ଛେନା ଛିଡାଉଥିଵା ଦୁଗ୍ଧ ଵ୍ୟଵସାୟୀ ସଙ୍ଘ ସମ୍ପାଦକ କହିଛନ୍ତି।