Hot Posts

6/recent/ticker-posts

ଶ୍ରାବଣ ଶେଷ ସୋମବାର: ଝାଡେଶ୍ୱର ପୀଠରେ ଜଳାଭିଷେକ କଲେ କାଉଡ଼ିଆ, ‘ବୋଲ୍‌ବମ୍’ ଧ୍ୱନିରେ କମ୍ପିଲା ଗ୍ରାମ

ଝରିଗାଁ, ୨୪/୦୮ ( ନକୁଳ ଭତରା ) : ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଝରିଗାଁ ବ୍ଲକ୍‌ ବକଡ଼ାବେଡ଼ା ସ୍ଥିତ ପ୍ରସିଦ୍ଧ ବାବା ଝାଡେଶ୍ୱର ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଅଭାବନୀୟ ସମାଗମ ହୋଇଥିଲା। ଶେଷ ସୋମବାର ଉପଲକ୍ଷେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ କାଉଡ଼ିଆ ବିଭିନ୍ନ ପବିତ୍ର ନଦୀ ଓ ଜଳାଶୟରୁ ପବିତ୍ର ଜଳ ସଂଗ୍ରହ କରି କାନ୍ଧରେ କାଉଡ଼ି ବୋହି ବାବା ଝାଡେଶ୍ୱରଙ୍କ ନିକଟରେ ପହଞ୍ଚିଥିଲେ। ଭକ୍ତମାନେ ବାବାଙ୍କ ଶିରରେ ଜଳାଭିଷେକ କରି ଆଶୀର୍ବାଦ ଭିକ୍ଷା କରିଥିବା ବେଳେ ‘ବୋଲ୍‌ବମ୍’ ଓ ‘ହର ହର ମହାଦେବ’ ଧ୍ୱନିରେ ସମ୍ପୂର୍ଣ୍ଣ ମନ୍ଦିର ପ୍ରାଙ୍ଗଣ ଓ ଆଖପାଖ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଦିନତମାମ ମନ୍ଦିରରେ ପୂଜାର୍ଚ୍ଚନା ସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶେଷ ସୋମବାର ହୋଇଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୀଠରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ଲାଗି ରହିଥିଲା।