ତୃତୀୟ ଜନ୍ମବାର୍ଷିକ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ
ଫୁଲବାଣୀ, ୨୪/୦୮ ( ବାଳକୃଷ୍ଣ କହଁର ) : ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ,ଫିରିଙ୍ଗିଆ , କନ୍ଧମାଳ ର ଆଭାସୀ କାର୍ଯ୍ୟକ୍ରମ ଭାଗ ୩୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ତଥା ଆଲୋଚକ ଭାବେ ଡ଼.ପ୍ରଣବାନନ୍ଦ ପାଟ୍ଟଯୋଶୀ ଇଂରାଜୀ ଅଧ୍ୟାପକ ମୋହନା, ଗଜପତି ର ଯୋଗଦେଇଥିଲେ l ଆଲୋଚନା ବିଷୟ ଆଧୁନିକ ଓଡ଼ିଆ କବିତାରେ ନାରୀ ଚେତନା ଶୀର୍ଷକ ରେ ସମ୍ପ୍ରତି ନାରୀକବି ପ୍ରତିଭା ଶତପଥି, ବ୍ରହ୍ମର୍ତ୍ତି ମହାନ୍ତି, ମମତା ଦାସ ଙ୍କ କବିତାର ଅନ୍ତଃସ୍ୱର ଅତି ସୁନ୍ଦର ଭାବରେ ଆଲୋଚନା କରିଥିଲେ। ଡ.ବିରଞ୍ଚି ନାରାୟଣ ସାହୁ ସଭାପତିତ୍ୱ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ର ଦ୍ୱିତୀୟ ସୋପାନ ରେ କବିତା ସଂଯୋଜନା ଶ୍ରୀମତୀ ପ୍ରଜ୍ଞା ପରମିତା ସାହୁ ସହ ସମ୍ପାଦିକା ସୁଚାରୁରୂପେ ତୁଲାଇଥିଲେ l ଆଜି ର ସାହିତ୍ୟ ଆସର ରେ ରାଜ୍ୟର କୋଣ ଅନୁକୋଣରୁ ୨୨ ଜଣ କବି କବୟିତ୍ରୀ ଯୋଗ ଦେଇ ଥିଲେ l ଶେଷରେ ଅନୁଷ୍ଠାନର କୋଷଧ୍ୟକ୍ଷ ଶ୍ରୀଯୁକ୍ତ ଆଶିଷ କୁମାର ବେହରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ l
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ