ବରଗଡ଼, ୧୯/୦୮ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଫୋଟୋଗ୍ରାଫର ଆସୋସିଏସନ୍ ତରଫରୁ ଏହି ବର୍ଷ ମଧ୍ୟ ଧୁମଧାମରେ ବିଶ୍ବ ଫୋଟୋଗ୍ରାଫି ଦିବସ ପାଳନ କରାଯାଇଛି।ଏହି ଅବସରେ ଆୟୋଜିତ ସଭାରେ ବରିଷ୍ଠ ଫୋଟୋଗ୍ରାଫର ଯଶୋବନ୍ତ ନାରାୟଣ ସିଂ ସମ୍ମାନିତ ଅତିଥି ଏବଂ ବରିଷ୍ଠ ପତ୍ରକାର ବିଜୟ କୁମାର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଆସୋସିଏସନ୍ ର ସଭାପତି ମନୋଜ ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମ୍ପାଦକ ତ୍ରିବିକ୍ରମ ପଧାନ ଓ କୋଷାଧ୍ୟକ୍ଷ ରାଜେଶ ସାହୁ ଫୋଟୋଗ୍ରାଫର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବିଶେଷ କରି ଉପକରଣ ଅଭାବ, ପ୍ରଶିକ୍ଷଣ ଏବଂ ସରକାରୀ ସ୍ୱୀକୃତି ସମ୍ପର୍କରେ ଆଲୋଚନା ହୋଇଥିଲା। ଅତିଥିମାନେ ଫୋଟୋଗ୍ରାଫିର ସାମାଜିକ ଦାୟିତ୍ଵ, ସମୟକୁ କ୍ୟାମେରାରେ ବାନ୍ଧି ରଖିବାର ମହତ୍ତ୍ଵ ଏବଂ ସମାଜ ପ୍ରତି ଜଣେ ଫୋଟୋଗ୍ରାଫର ଙ୍କ କର୍ତ୍ତବ୍ୟ ବିଷୟରେ ଉଦ୍ବୋଧନ ଦେଇଥିଲେ। ସଭା ଶେଷରେ ସମସ୍ତ ଫୋଟୋଗ୍ରାଫର ମିଳିତ ଭାବେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥିଲେ।କାର୍ଯ୍ୟକ୍ରମରେ ଆସୋସିଏସନ୍ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ବରଗଡ଼ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।


