ଖଣ୍ଡହତାରେ ବ୍ରାହ୍ମଣ ଏକତା ମଞ୍ଚର ପଞ୍ଚାୟତସ୍ତରୀୟ କମିଟି ଗଠନ
ବୀରମହାରାଜପୁର, ୦୨/୦୮ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକ୍ର ଖଣ୍ଡହତା ଠାରେ ବ୍ରାହ୍ମଣ ଏକତା ମଞ୍ଚର ପଂଚାୟତ ସ୍ତରୀୟ କମିଟି ଗଠନ ହୋଇଯାଇଛି । ପ୍ରହଲ୍ଲାଦ ତ୍ରିପାଠୀ ଏଥିରେ ସଭାପତିତ୍ବ କରିଥିଲେ। ସଭାପତି ଭାବେ ବ୍ରଜଗୋପାଳ ମହାପାତ୍ର ଓ ସମ୍ପାଦକ ଭାବେ ଭରତ ନନ୍ଦଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ରାଧାଶ୍ୟାମ ମିଶ୍ର, ସହ ସମ୍ପାଦକ ବିରଞ୍ଚି ପଣ୍ଡା, କୋଷାଧକ୍ଷ ଚରଣ ପଣ୍ଡା ଙ୍କୁ ଚୟନ କରାଯଇଛି । ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବ୍ରାହ୍ମଣ ଏକତା ମଞ୍ଚ ର ସଭାପତି ଅକ୍ଷୟ କୁମାର ମିଶ୍ର, ଉପସଭାପତି ରାଧାଶ୍ୟାମ ପୁରୋହିତ, ସମ୍ମାନିତ ଅତିଥି ଭାବରେ ଦୟାନିଧି ହୋତା, ସତ୍ୟନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ରାଧେଶ୍ୟାମ ମିଶ୍ର ମଞ୍ଚ ପରିଚାଳନା ଓ ବ୍ରଜଗୋପାଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।