Hot Posts

6/recent/ticker-posts

ଗ୍ରନ୍ଥାଗାର ପରିଚାରକ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଲଇକେରା, ୩୧/୦୮ ( ନବଦୂତ ) : ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲଇକେରାର ଗ୍ରନ୍ଥାଗାର ପରିଚାରକ ଶ୍ରୀ ଡିଲେଶ୍ୱର ପଟେଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କମଳ ଲୋଚନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟ ସମାରୋହରେ ଅଧ୍ୟାପକ ପ୍ରମୋଦ ସିଂ, ସୁଶାନ୍ତ ରଥ, ସୁଦୀପ ପୁରୋହିତ, ପ୍ରବୀଣ ନାଏକ, ଅଧ୍ୟାପିକା ସୁପ୍ରଭା ନାଏକ, ଚନ୍ଦ୍ରିକା ମାଝୀ, ଜେମିନି ନେଟୀ, ଭବାନୀ ବାଗ ଏବଂ କର୍ମଚାରୀ ଭଗବାନ ପୃଷେଠ, ସଂଜୟ ମହାପାତ୍ର, ଠଣସୁନ୍ଦର ବେହେରା, ପ୍ରଶନ୍ନ ବାରିକ, ଶିବଲାଲ ଚାରଦିଆ, ଟିକେଶ୍ବରି ଅମାତ, ହୃଷୀକେଶ ପରୁଆ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ପଟେଲଙ୍କ ଦୀର୍ଘଦିନର କର୍ତ୍ତବ୍ୟନିଷ୍ଠା, ସରଳ ବ୍ୟବହାର ଓ ବିଦ୍ୟାଳୟ ପ୍ରତି ଅବଦାନର ସ୍ମୃତିଚାରଣ କରିଥିଲେ। ବିଦ୍ୟାଳୟ ପରିବାର ପକ୍ଷରୁ ଶ୍ରୀ ପଟେଲଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ପଟେଲ ନିଜର କର୍ମଜୀବନର ଅନୁଭୂତି ବ୍ୟକ୍ତ କରିବା ସହ ବିଦ୍ୟାଳୟ ପରିବାର ପ୍ରତି କୃତଜ୍ଞତା ଜଣାଇଥିଲେ। ଅର୍ଥନୀତି ଅଧ୍ୟାପକ ରୁଦ୍ରାକ୍ଷ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ରାଶେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।