Hot Posts

6/recent/ticker-posts

ପୂର୍ବତନ କାଉନ୍ସିଲରଙ୍କ ବୈଠକ ସହରର ବିକାଶ ଲାଗି କାମ କରିବ

ଜୟପୁର, ୩୧/୦୮ ( ଏ. ଭେଙ୍କଟ ରାଓ ) : ପୂର୍ବତନ କାଉନ୍ସିଲରଙ୍କୁ ନେଇ ଗଠନ ହୋଇଥିବା ଉନ୍ନୟନ କମିଟି ସହରର ବିକାଶ ପାଇଁ କାମ କରିବ। ପୌରପାଳିକାର ପୂର୍ବତନ କାଉନ୍ସିଲର, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷଙ୍କୁ ନେଇ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପୂର୍ବତନ କାଉନ୍ସିଲର ବାଲାରାୟ ଏଥିରେ ଅଧ୍ୟକ୍ଷତା କରିଥିଲେ। ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ସୂର୍ଯ୍ୟନାରାୟଣ ରଥ, ଦୁର୍ଗା ଶର୍ମା, ଆର୍.ପଦ୍ମା, ବିନୋଦ ମହାପାତ୍ର ପ୍ରମୁଖ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସହରର ବିକାଶ ପାଇଁ ପୂର୍ବତନ କାଉନ୍ସିଲର କମିଟି ମାଧ୍ୟମରେ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବାକୁ ଦାବି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ଅବସରରେ ଶ୍ରୀ ନନ୍ଦ କହିଛନ୍ତି, ପୂର୍ବତନ କାଉନ୍ସିଲରଙ୍କ ସହରର ବିକାଶରେ ଅବଦାନ ରହିଛି। ସମସ୍ତେ ଏକହୋଇ ସହରର ବିକାଶ ଲାଗି ଆଲୋଚନା କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ରାଜନୀତି ମଞ୍ଚରେ କିଏ କ’ଣ କହିବ ଭିନ୍ନ କଥା। ସହରର ବିକାଶ କଥା ଚିନ୍ତା କରିବା ସମୟରେ ସମସ୍ତେ ଏକହେବା ଜରୁରୀ। ସହରର ବିକାଶ ନହେଲେ ଲୋକ ଅସନ୍ତୁଷ୍ଟ ହେବେ। ସାଧାରଣ ଜନତାଙ୍କ ମୌଳିକ ଅଧିକାର ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବା ଦରକାର। କମିଟି ମାଧ୍ୟମରେ ସହରର ସମସ୍ୟା ପୌରପାଳିକାରେ ଉପସ୍ଥାପନ କରାଯିବ। ଦଳଗତ ନିର୍ବିଶେଷରେ ସମସ୍ତ ପୂର୍ବତନ କାଉନ୍ସିଲର କାମ କରିବେ। ବୈଠକରେ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନୀତା, ଦୁର୍ଗା ମିଶ୍ର, କୃଷ୍ଣଚନ୍ଦ୍ର ହୋତା, ଏ.ଶ୍ରୀନିବାସ ରାଓ, ମନୋରଞ୍ଜନ ବେହେରା, ବିରେଶ ପଟ୍ଟନାୟକ, ଶିବ ପାଢ଼ିଙ୍କ ସହ ୭୦ରୁ ଅଧିକ ପୂର୍ବତନ କାଉନ୍ସିଲର ଉପସ୍ଥିତ ଥିଲେ।