Hot Posts

6/recent/ticker-posts

କଟକ ଯୋବ୍ରା ବ୍ୟାରେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।

କଟକ, ୨୪/୦୮ ( କାହୁଁ ଚରଣ ବାରିକ ) : କଟକ ଯୋବ୍ରା ବ୍ୟାରେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣା ଘଟାଇ ସାରି ଗାଡିଟି ଫେରାର ମାରିଥିବା ସୂଚନା ମିଳିଛି. ରବିବାର ରାତି ପ୍ରାୟ ୯ ଘଟକା ସମୟରେ ପ୍ରବଳ ବର୍ଷା ଚାଲିଥିବା ବେ ବ୍ୟାରେଜ ଉପରେ ଯେତେବେଳେ ସଡକ ଦୁର୍ଘଟଣା ଘଟିଥିଲା ସେତେବେଳେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଟ୍ରାଫିକ ଥାନା ଆଇ ଆଇ ସି ଓ ତାଙ୍କ ଟିମ୍ ତୁରନ୍ତ ପହଞ୍ଚି ପୋଲିସ ଭ୍ୟାନରେ ପଛରେ ରଖି ଏସ ସି ବି ମେଡିକାଲ କୁ ଆଣିଥିଲେ। ମେଡ଼ିକାଲ ରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଜଣେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ସବୁଠାରୁ ବଡ଼ ଦୁଃଖଦ କଥା କି ଦୁର୍ଘଟଣା ର ଶିକାର ହୋଇ ଦୁଇଜଣ ଯୁବକ ଛଟ ପଟ ହେଉଥିବା ବେଳେ ଲୋକେ ଦର୍ଶକ ସାଜିଥିଲେ। ବର୍ଷାରେ ଓଦା ହୋଇ ମଧ୍ୟ ପୋଲିସ କର୍ମଚାରୀ ମାନେ ଉଦ୍ଧାର କରି ନିଜ ଗାଡ଼ି ରେ ମେଡ଼ିକାଲ ନେଇ ପହଞ୍ଚିଥିଲେ। ଲଗାଣ ବର୍ଷାରେ ଯୋବ୍ରାରେ ମର୍ମତୁନ୍ତ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ପହଞ୍ଚି ଆହତ ଙ୍କୁ ତୁରନ୍ତ ମେଡିକାଲ ନେଲେ ଟ୍ରାଫିକ ଆଇଆଇସି ଓ ଟ୍ରାଫିକ କର୍ମଚାରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ.



କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ ନବଦୂତnews#