Hot Posts

6/recent/ticker-posts

ସୁବର୍ଣ୍ଣ ରେଖା ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସାମାଜିକ କର୍ମୀ ସୁମନ୍ତ ଜେନା

ବାଲେଶ୍ଵର, ୨୧/୦୮ ( ପ୍ରଭାକର ମଲ୍ଲିକ ) : ସମାଜ ଓ ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱକୁ ନିଷ୍ଠାର ସହ ପାଳନ କରି ସୁବର୍ଣ୍ଣ ରେଖା ବନ୍ୟା ପ୍ରପୀଡିତଙ୍କ ପାଇଁ ବିପଦ ସମୟରେ ହାତ ବଢାଇଛନ୍ତି ପ୍ରକୃତି ବନ୍ଧୁ ତଥା ପରିବେଶବିତ୍ ସୁମନ୍ତ କୁମାର ଜେନା |ଚଳିତ ବର୍ଷ ସୁବର୍ଣ୍ଣ ରେଖାରେ ଆସିଥିବା ଭୟଙ୍କର ବନ୍ୟାରେ ବାଲିଆପାଳ ବ୍ଲକର ପ୍ରାୟ ୧୯ ପଞ୍ଚାୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି | ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଥିବାରୁ ଚୁଲି ଜଳୁ ନାହିଁ l ଏଭଳି କଠିନ ସମୟରେ ସାମାଜିକ କର୍ମୀ ତଥା ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନା ମାନବିକତାର ପରିଚୟ ଦେଇ ବନ୍ୟା ବିପର୍ଯ୍ୟସ୍ତଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି। ସେ ବାଲିଆପାଳ ବ୍ଲକର ବନ୍ୟା ପ୍ରଭାବିତ ଅସ୍ତି ପଞ୍ଚାୟତର କଣ୍ଟାବଣୀ , ସୂର୍ୟାପୁର, ବିଷ୍ଣୁପୁର ପଞ୍ଚାୟତର ରାମ ନଗର, ରସଲପୁର୍ ଏବଂ ବାଲିଆପଳ ପଞ୍ଚାୟତର ତଳ ବାଲିଆପାଳ ଓ ସୁଙ୍ଗ ମୁହଁ ଗ୍ରାମର ବନ୍ୟା ପ୍ରପୀଡିତଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ପଲିଥିନ ଇତ୍ୟାଦି ବିତରଣ କରିଥିଲେ | ଏହି ମହତ୍ କାର୍ଯ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ପାତ୍ର, ଅଜୟ ସାହୁ, ଲକ୍ଷ୍ମୀଧର ପ୍ରଧାନ, ବଂଶୀଧର ଜେନା ପ୍ରମୁଖ ସହଯୋଗ କରିଥିଲେ | ବନ୍ୟା ବିପର୍ଯ୍ୟସ୍ତଙ୍କ ପାଇଁ ଶ୍ରୀ ଜେନାଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି |



ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l