ବୀରମହାରାଜପୁରରେ କୁଷ୍ଠ ଚିହ୍ନଟିକରଣ କାର୍ଯ୍ୟକ୍ରମ
ବୀରମହାରାଜପୁର, ୨୧/୦୮ ( ଜଗଦିଶ ମେହେର ) : ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଅଧିନସ୍ଥ ସମସ୍ତ ଗ୍ରାମରେ କୁଷ୍ଠ ଚିହ୍ନଟିକରଣ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ କ୍ରମେ ଆଗେଇ ଚାଲିଛି ।ଏହି କାର୍ଯ୍ୟକ୍ରମ ରେ ଡାକ୍ତର ଖାନା ଅଧକ୍ଷ ଡାକ୍ତର ସୁବାସ ଚନ୍ଦ୍ର ପଣ୍ଡା ,ବ୍ଲକ୍ ନୋଡାଲ ଲେପ୍ରୋସି ୱର୍କର ଜଗିଦୀଶ ମେହେର ଓ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର , ମୁର୍ଷୁଣ୍ଢୀ ଓ ଖଣ୍ଡହତା ପଞ୍ଚାୟତ ର ବିଭିନ୍ନ ଗ୍ରାମ ଗୁଡିକରେ ଚିହ୍ନଟ ହୋଇଥିବା କୁଷ୍ଠ ସନ୍ଦିଗ୍ଧ ବ୍ୟକ୍ତି ମାନଙ୍କ ଘରକୁ ଯାଇ ପରୀକ୍ଷା କରିଥିଲେ । ସେହିପରି ସୁବଳୟା ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମ ଗୁଡିକରେ ଜିଲ୍ଲା ଲେପ୍ରୋସି ସଂଯୋଜକ ଡାକ୍ତର ଗୌରୀ ଶଙ୍କର ପଣ୍ଡା ଓ ଫିଜୀଓ ଥେରାପିଷ୍ଟ ସୁନୀତା ମିଶ୍ର କୁଷ୍ଠ ସନ୍ଦିଗ୍ଧ ମାନଙ୍କୁ ପରୀକ୍ଷା କରିଥିଲେ । ଆଜିର ପଞ୍ଚମ ଦିନ ରେ ବୀରମହାରାଜପୁର ବ୍ଲକ ରେ ୨ ଜଣ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବା ସ୍ଥଳେ ଜିଲ୍ଲାରେ ଏହି ବ୍ଲକ୍ ରେ ସର୍ବାଧିକ ୧୦ ଜଣ କୁଷ୍ଠ ରୋଗୀ ଏହି ଅଭିଯାନରେ ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି ।ସମସ୍ତ ଚିହ୍ନଟ ହୋଇଥିବା ରୋଗୀ ଙ୍କୁ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଛି ବୋଲି ଡ଼ାକ୍ତରଖାନା ସୂତ୍ରରୁ ପ୍ରକାଶ।