Hot Posts

6/recent/ticker-posts

ସାମ୍ବାଦିକଙ୍କ ସହ ମାଡ଼ ପିଟି ଘଟଣାକୁ ନେଇ ଏସ୍‌ପିଙ୍କୁ ଦାବିପତ୍ର

ଯାଜପୁର, ୨୬/୦୮ ( ନିରୋଜ କୁମାର ସେଠୀ ) : ଗତକାଲି ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ସହ ଘଟିଥିବା ଘଟଣାକୁ ନେଇ ଆଜି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଗୈାରାଙ୍ଗ ଚରଣ ମହି ଏବଂ ଯାଜପୁର ଜିଲ୍ଲା ସଭାପତି ପଦ୍ମଲୋଚନ ନାୟକ ଓ ସମ୍ପାଦକ ବସନ୍ତ ମଲିକଙ୍କ ଉପସ୍ଥିତିରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ମହାସଂଘ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ଆଉ ୪ ଜଣଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ ହେଉ ସେହିପରି, ସରପଞ୍ଚ ସତ୍ୟାନନ୍ଦ ସାହୁ ଯଦି ଏହି ଘଟଣାରେ ସମ୍ପୃକ୍ତ ଥିବା ତଦନ୍ତରେ ପ୍ରମାଣିତ ହୁଏ, ତେବେ ତାଙ୍କୁ ମଧ୍ୟ ଆଇନ ପରିସର ଭୁକ୍ତ କରାଯାଇ ଆଇନ ଅନୁଯାୟୀ ଗିରଫ କରିବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି। ସାମ୍ବାଦିକମାନଙ୍କ ସୁରକ୍ଷା ଓ ନିରପେକ୍ଷ ତଦନ୍ତ ନିଶ୍ଚିତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପଦକ୍ଷେପ ନେବା ପାଇ ମହାସଂଘ ପକ୍ଷରୁ ମୁଖ୍ୟ ଦାବି କରାଯାଇଛି।