Hot Posts

6/recent/ticker-posts

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ଧର୍ମଗଡ଼, ୨୮/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ସମ୍ପର୍କର ପ୍ରତୀକ ରକ୍ଷା ବନ୍ଧନ ପର୍ବ ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଧର୍ମଗଡ଼ ନଗର ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀ, ପୁରାତନ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ବିଧାୟକ, ଥାନା ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଯାଇଥିଲା। ସେହିପରି ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର, ନର୍ସ, କର୍ମଚାରୀ ଓ ରୋଗୀ, ଉପକାରାଗାର, ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଶକ୍ତି ସଦନ ଗୃହରେ ମଧ୍ୟ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କରାଯାଇଥିଲା।nସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ଭାଇଚାରା ଓ ସାମାଜିକ ସମ୍ପର୍କକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏବିଭିପି ପକ୍ଷରୁ ଏଭଳି ଅଭିନବ ପ୍ରୟାସ କରାଯାଇଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି। କାର୍ଯ୍ୟକ୍ରମରେ ଅଙ୍କିତା ସେନାପତି, ଦୀପାବଳି ନିୟାଲ, ନମିତା ମାଝୀ, ତାନିଶା ବିହାରୀଙ୍କ ସମେତ ଏବିଭିପିର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ।






କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ