ବାଲେଶ୍ଵର , ୨୮/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ପଞ୍ଚାୟତ ବଡ଼ଖୁଡ଼ି ଗ୍ରାମରେ ଏକ ନୂତନ ହନୁମାନ ମନ୍ଦିର ନିର୍ମାଣ ନିମନ୍ତେ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅତ୍ୟନ୍ତ ଭକ୍ତିପୂତ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଂଗ୍ରେସ ଜିଲ୍ଲା ଉପସଭାପତି ସୁଧାଂଶୁ ଶେଖର ଜେନା, ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର ବେହେରା ଏବଂ ବ୍ୟାଙ୍କ ଅଧିକାରୀ ଅଜୟ ମହାଳିକ ଯୋଗଦେଇ ମନ୍ଦିରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ସ୍ଥାନୀୟ ଟିଗିରାଆ ପୋଖରୀରୁ ମଙ୍ଗଳ ଘଟ ଉତ୍ତୋଳନ କରାଯାଇଥିଲା। ଗ୍ରାମବାସୀଙ୍କ ଦ୍ୱାରା ପାରମ୍ପରିକ ବାଜା, ଘଣ୍ଟ ଓ ସଙ୍କୀର୍ତ୍ତନର ସାନ୍ଦ୍ର ଧ୍ୱନି ମଧ୍ୟରେ ଏକ ଭବ୍ୟ ଶୋଭାଯାତ୍ରାରେ ଘଟକୁ କାର୍ଯ୍ୟସ୍ଥଳକୁ ଅଣାଯାଇଥିଲା। ଏହି ଧାର୍ମିକ ତଥା ସାମାଜିକ କାର୍ଯ୍ୟକ୍ରମକୁ ନିତ୍ୟାନନ୍ଦ ଜେନା, ସାନ୍ତନୁ ଜେନା, ବାବୁ ରାମ ଜେନା, କଟିବାବୁ ଜେନା, କୁନାଲ ରାଉଳ ଏବଂ ଅମିତ୍ କୁମାର ଦାସ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ।ମନ୍ଦିରର ଶିଳାନ୍ୟାସକୁ ନେଇ ସମଗ୍ର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ତଥା ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
