ଜୁନାଗଡ଼ରେ ୨ ପିକ୍ଅପ୍ ଗାଡ଼ିରୁ ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ଜବତ
କଳାହାଣ୍ଡି, ୨୫/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଭାରତ ଗ୍ୟାସ୍ର ଦୁଇଟି ପିକ୍ଅପ୍ ଗାଡ଼ି ଧରାପଡ଼ିଛି। ଦୁଇଟି ଗାଡ଼ିରେ ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ଥିବା ବେଳେ, ଜୁନାଗଡ଼ ପୋଲିସ ଗାଡ଼ି ସହ ସିଲିଣ୍ଡରଗୁଡ଼ିକୁ ଜବତ କରିଛି। ଘଟଣା ପରେ ସିଲିଣ୍ଡରଗୁଡ଼ିକ କେଉଁଠାକୁ ନିଆଯାଉଥିଲା ଏବଂ ପରିବହନ ସମୟରେ କୌଣସି ନିୟମ ଉଲ୍ଲଂଘନ ହୋଇଥିଲା କି ନାହିଁ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଜୁନାଗଡ଼ରେ ଭାରତ ଗ୍ୟାସ୍ର ଦୁଇଟି ପିକ୍ଅପ୍ ଗାଡ଼ି ଧରାପଡ଼ିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁଇଟି ଗାଡ଼ିରୁ ଭର୍ତ୍ତି ଗ୍ୟାସ୍ ସିଲିଣ୍ଡର ଟାଙ୍କି ଜବତ କରାଯାଇଛି। ଜୁନାଗଡ଼ ପୋଲିସ ଗାଡ଼ି ଓ ସିଲିଣ୍ଡରଗୁଡ଼ିକୁ ଜବତ କରି ଘଟଣାର ଖୋଳତାଡ଼ କରୁଛି। ଏହି ସିଲିଣ୍ଡରଗୁଡ଼ିକ କେଉଁ ସ୍ଥାନକୁ ନିଆଯାଉଥିଲା, ଏହାର ପରିବହନ ନିୟମସମ୍ମତ ଥିଲା କି ନାହିଁ ଏବଂ ଘଟଣା ପଛରେ କାହାର ଭୂମିକା ରହିଛି, ତଦନ୍ତ ପରେ ସେନେଇ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ