Hot Posts

6/recent/ticker-posts

ହ୍ରାସ ପାଉଛି ତାଳଗଛ, ବଢୁଛି ବଜ୍ରପାତ ବିପଦ।

ବୋଲଗଡ଼, ୦୨/୦୮ (ସୁଶାନ୍ତ କୁମାର ପ୍ରଧାନ) : ଆମ ରାଜ୍ୟରେ ପ୍ରତେକ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଥିବା ସବୁଠାରୁ ଉପକାରୀ ଗଛ ଗୋଟିଏ ହେଲା ତାଳ ଗଛ। ତାଳ ଗଛର ତାର ପ୍ରତେକ ଅଂଶ ମନୁଷ୍ୟର କାମରେ ଲାଗୁଥିବାରୁ କେହି କେହି କଳ୍ପବୃକ୍ଷ କହିଥାନ୍ତି।  ଆଗ ଭଳି ବର୍ତ୍ତମାନ ସମୟରେ ତାଳଗଛ ବହୁଳ ପରିମାଣରେ ହ୍ରାସ ପାଇଛି କିନ୍ତୁ ସମୟ ଥିଲା ଗ୍ରାମାଞ୍ଚଳ ର ପୋଖରୀ ହୁଡା, ବିଲ ହୁଡା, ଖୋଲା ସ୍ଥାନ, ଜଙ୍ଗଲ ସଂଲଗ୍ନ ଅଞ୍ଚଳ ଓ ବାରିମାନଙ୍କରେ ପ୍ରଚୁର ପରିମାଣରେ ତାଳ ଗଛ ଦେଖିବାକୁ ମିଳୁଥିଲା। ଗ୍ରାମରେ ତାଳଗଛ ଥିଲେ ଗ୍ରାମର ସୌନ୍ଦର୍ୟ୍ୟକୁ ମନୋରମ କରିଦେଇଥାଏ। ସମୟ ପରିବର୍ତ୍ତନ ସହିତ ଏହି ଗଛର ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ବ୍ୟାପକ ଭାବେ ଗଛକଟା,ଦୁର୍ବିପାକ ଓ ଅସନ୍ତୁଳିତ ପରିବେଶ ପାଇଁ ଆଗ ଭଳି ତାଳ ଗଛ ଦେଖିବାକୁ ମିଳୁନାହିଁ। ଏହି ତାଳଗଛ ବଜ୍ରପାତ କୁ ରକ୍ଷାକରିବା ସହ ତାର ଚେର ମୃତିକା ସଂରକ୍ଷଣରେ ସାହାଯ୍ୟ କରିଥାଏ। ଏବଂ ଖରାଦିନେ ତାଳ ସଜ ଭଳି ଖାଦ୍ୟ ଯୋଗାଇବା ସହିତ ପାଚିଲା ତାଳର ରସ ବାହାର କରି ବିଭିନ୍ନ ପ୍ରକାରର ପିଠା ତିଆରି କରି ଖାଦ୍ୟ ରୁପେ ଗ୍ରହଣ କରାଯାଇଥାଏ। ତାଳ ଗଛ ଅଗ୍ରଭାଗରୁ ରସ ସଂଗ୍ରହ କରି ଗୁଡ଼ ଏବଂ ତାଡି ପ୍ରସ୍ତୁତ କରାଯାଇ ଥାଏ। ତାଳପତ୍ର ବା ବରଡା଼ ରେ ବିଭିନ୍ନ ପ୍ରକାର ବିଞ୍ଚାଣା, ଛତା, ଆସନ, ଝୁମୁକା, ପକ୍ଷୀଆ, ଝାମ୍ପି, ଏପରିକି ତାର ବାହୁଙ୍ଗା ଜାଳେଣି, ଆଜବେଷ୍ଟ ଛପର କାର୍ଯ୍ୟରେ ବ୍ୟବହାର କରାଯାଏ। ତାହାର ଗଣ୍ଡିରୁ ସେଣି ,ଓରା ପ୍ରସ୍ତୁତ କରି ଟାହିଲି, ଆଜବେଷ୍ଟ ଛପର କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହି ଗଛ ବାହୁଙ୍ଗା ରେ ବାଇଚଢେଇ ନିରାପଦ ଭାବରେ ବାସସ୍ଥାନ ନିର୍ମାଣ କରି ପବନରେ ଦୋଳି ଖେଳୁଥାଏ ଯାହାକି ମନ ମୁଗ୍ଧକର ହୋଇଥାଏ। ପରିବେଶ ଓ ମାନବ ସମାଜର କଲ୍ୟାଣ ପାଇଁ ଏହି ତାଳଗଛ ଲଗାଇବା ନିତ୍ୟାନ୍ତ ଆବଶ୍ୟକ ହୋଇ ପଡ଼ିଛି। ମୁଖ୍ୟତଃ ଏହି ତାଳଗଛ ବଜ୍ରପାତ କୁ ପ୍ରତିରୋଧ କରିବାର ବହୁ କ୍ଷମତା ଥାଏ ବୋଲି ବୁଦ୍ଧିଜୀବୀ ଓ ପାଣିପାଗ ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଜଦି ଏହି ତାଳଗଛ ଦ୍ୱାରା ପରିବେଶ ତଥା ମାନବକଲ୍ୟାଣରେ ଆସିପାରୁଛି ତେବେ ତାଳଗଛ ର ବ୍ୟାପକ ରୋପଣ ପାଇଁ ବନବିଭାଗ ଓ ପ୍ରଶାସନ ପକ୍ଷରୁ ଜନ ସଚେତନତା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡିଛି। ଏହି ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ତାଳଗଛ ସୁରକ୍ଷା ସମ୍ପର୍କରେ କଡ଼ା ନିୟମ ଲାଗୁ କରିଛନ୍ତି। କୌଣସି ବ୍ୟକ୍ତି ତାଳଗଛ କାଟିବା ପୂର୍ବରୁ ସମ୍ପୃକ୍ତ ବନ ବିଭାଗର ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି। ବିନା ଅନୁମତିରେ ସରକାରୀ କିମ୍ବା ବେସରକାରୀ ଜମିରୁ ତାଳଗଛ କାଟିଲେ ଆଇନ ଅନୁଯାୟୀ ଜୋରିମାନା ଓ ଜେଲ୍ ଜିବାର ବ୍ୟବସ୍ଥା ରହିଛି। ରାଜ୍ୟ ସରକାର ୨୦୨୪ମସିହାରୁ ବ୍ୟାପକ ଭାବେ ତାଳ ଚାରା ରୋପଣ କରିବାର ଲକ୍ଷ ରଖିଛନ୍ତି। ଏହାକୁ ସଫଳ କରିବା ପାଇଁ ବନ ବିଭାଗ ଓ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।