Hot Posts

6/recent/ticker-posts

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ବଡ଼ ମାଓବାଦୀ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ମାଲକାନଗିରି, ୨୬/୦୮ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ପଚରାଉଚରା ଆଧାରରେ ମାଲକାନଗିରି ଡିଭିଏଫ୍ ଟିମ୍ ପକ୍ଷରୁ ଆଜି ସକାଳ ୫.୩୦ ମିନିଟ୍ ସମୟରେ ମାଥିଲି ଥାନା ଅନ୍ତର୍ଗତ ଚେରକୋଟଲା, କିର୍ମିଟି, ଖଟୁଆପଦର, ପାଡାଭାଟା ଜଙ୍ଗଲ ଅଞ୍ଚଳରେ ଯାହା ଛତିଶଗଡ଼ର ବସ୍ତର ଜିଲ୍ଲାର ଦର୍ଭା ଥାନା ଓ ସୁକମା ଜିଲ୍ଲାର ପୁସପାଲ ଥାନା ସୀମାକୁ ଲାଗିଛି, ସେଠାରେ ସର୍ଚ୍ଚ ଅପରେସନ କରାଯାଇଥିଲା।ଏହି ସର୍ଚ ବେଳେ ଏକ ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣର ଅସ୍ତ୍ର, ଆଇଇଡି, କ୍ଲେମୋର ମାଇନ୍ସ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ଏହି ସାମଗ୍ରୀ ସାଧାରଣ ଜନତା ଓ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି। ଜବତ ସାମଗ୍ରୀ ମଧ୍ୟରେ ଅଛି - ୩ଟି ଦେଶୀ ବନ୍ଧୁକ, ୬ଟି ଆଇଇଡି (୫ କେଜି, ୩ କେଜି, ୨ କେଜି), ୨ଟି କ୍ଲେମୋର ମାଇନ୍, କୋଡେକ୍ସ ତାର, ମାଓ ପୋଷାକ, ବ୍ୟାନର, ରେଡିଓ ଆଣ୍ଟେନା ସହ ବିଭିନ୍ନ ସାମଗ୍ରୀ। ଜବତ ଅସ୍ତ୍ରଶସ୍ତ୍ର AOBSZC ମାଓ କ୍ୟାଡର ବୋଲି ସନ୍ଦେହ କରାଯାଉଛି। ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଲକ୍ଷ୍ୟ ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଲକାନଗିରି ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହୋଇସାରିଛି। ୨୦୨୫ ଜାନୁଆରୀରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ଜିଲ୍ଲାରେ ୨ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୨୩ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜୁନ୍ ୨୦୨୬ରେ ମଧ୍ୟ ୩ଟି ବଡ଼ ଡମ୍ପ ଠାବ କରାଯାଇଥିଲା। ଭବିଷ୍ୟତରେ ମାଓ କାର୍ଯ୍ୟକଳାପ ଫେରି ନ ଆସୁ ଏଥିପାଇଁ SOG ଓ DVF ଟିମ୍ ଦ୍ୱାରା ନିୟମିତ କୁମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି. ଏହି ସାମ୍ବାଦିକ ।