Hot Posts

6/recent/ticker-posts

ଚୌଦ୍ୱାର-କଟକ ବିଜେଡି ସମନ୍ୱୟ କମିଟି ପକ୍ଷରୁ ମିତାଲି ଭଞ୍ଜଙ୍କୁ ସମ୍ବର୍ଦ୍ଧନା

କଟକ, ୨୫/୦୮ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଚୌଦ୍ୱାର-କଟକ ବିଜେଡି ସମନ୍ୱୟ କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଚୌଦ୍ୱାର-କଟକର ବରିଷ୍ଠ ନାରୀନେତ୍ରୀ ତଥା ପୂର୍ବତନ ସାଧାରଣ ସମ୍ପାଦିକା *ଶ୍ରୀମତୀ ମିତାଲି ଭଞ୍ଜ* ନୂତନ ଭାବେ *କଟକ ମହାନଗର ସାଂଗଠନିକ ମହିଳା କମିଟିର କାର୍ଯ୍ୟକାରୀ ସଭାପତି* ଭାବେ ନିଯୁକ୍ତି ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ନିଯୁକ୍ତି ଜିଲ୍ଲା ସଭାପତି *ଶ୍ରୀ ପ୍ରଫୁଲ୍ଲ ସିଂହଙ୍କ* ସୁପାରିସ ଏବଂ ବିଜେଡି ରାଜ୍ୟ ସଭାପତି *ଶ୍ରୀ ନବୀନ ପଟ୍ଟନାୟକଙ୍କ* ଅନୁମୋଦନ କ୍ରମେ ହୋଇଛି। ଏହି ଅବସରରେ ମହାନଗର କାର୍ଯ୍ୟକାରୀ ସଭାପତି *ଶ୍ରୀ ଜୟଦେବ ଜେନା* ଅଭିଭାଷଣ ରଖି ସଂଗଠନକୁ ସୁଦୃଢ଼ କରିବା ଓ ମହିଳା ସଂଗଠନକୁ ତୃଣମୂଳ ସ୍ତରରେ ସକ୍ରିୟ କରିବାକୁ ଆହ୍ୱାନ ଦେଇଥିଲେ। ସଭାରେ ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ଖୁଣ୍ଟିଆ, ଶ୍ରୀ ଚିରଞ୍ଜୟ ସାହୁ, ଶ୍ରୀ ସୌମିତ୍ର ମିତ୍ର, ଜିଲ୍ଲା ମହିଳା ସଭାନେତ୍ରୀ ଅନିତା ବେହେରା, ଯୁବ ସଭାପତି ସ୍ମୃତିରଞ୍ଜନ ନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।