ଭବାନୀପାଟଣା, ୨୭/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ପରିସରରେ ଆଜି ପବିତ୍ର ରକ୍ଷା ବନ୍ଧନ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଛି। ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗଜେନ୍ଦ୍ର ଡାକୁଆ ମୁଖ୍ୟ ଅତିଥି ଏବଂ ଶ୍ରୀ ରମେଶ ଚନ୍ଦ୍ର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବ୍ରଜଶିଳ୍ପୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ବନଶ୍ରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ମନୋଜ କୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥିମାନେ ରକ୍ଷା ବନ୍ଧନର ମହତ୍ତ୍ୱ, ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ ତଥା ଭାରତୀୟ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ଉପାଦେୟ ବକ୍ତବ୍ୟ ରଖିଥିଲେ। ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡ ଅଧ୍ୟକ୍ଷୀୟ ଅଭିଭାଷଣରେ ଭାରତୀୟ ପରମ୍ପରା ଓ ସଂସ୍କୃତିର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଶ୍ରୀ ଗୋଦାବରୀଶ ମିଶ୍ର ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ସାହିତ୍ୟିକ ଅବଦାନ ସମ୍ପର୍କରେ ଅଭିଭାଷଣ ଦେଇଥିଲେ। ଶ୍ରୀମତୀ ଜ୍ୟୋତିର୍ମୟୀ ମହାପାତ୍ର ରକ୍ଷା ବନ୍ଧନର ମହତ୍ତ୍ୱ ଓ ଏହାର ସାଂସ୍କୃତିକ ପରମ୍ପରା ବିଷୟରେ ଆଲୋଚନା କରିଥିଲେ। ଶେଷରେ ରଶ୍ମି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ। ଅନ୍ତରେ ମିଷ୍ଟାନ୍ନ ବଣ୍ଟନ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ


