ବନ୍ୟାପାଣିରେ ଚାଷ ନଷ୍ଟ, ଗଛରେ ରସିଲଗାଇ ଚାଷୀ ଆତ୍ମହତ୍ୟା।
ଧାମନଗର, ୩୧/୦୮ ( ନବଦୂତ ) : ସୂଚନା ଅନୁଯାଇ, ଭଦ୍ରକ ଜିଲା ଧାମନଗର ବ୍ଲକ ଧୂସୁରୀ ଥାନା ଅଧିନସ୍ତ ,ସାହସ ପୁର ପଞ୍ଚାୟତ ରେ ଅଘଟଣା।ଗଛରେ ରସି ଲଗାଇ ଚାଷୀ ଆତ୍ମହତ୍ୟା।ମୃତ ପରିବାର ଲୋକଙ୍କ କହିବା ଅନୁଯାଇ-ଭଦ୍ରକ ଜିଲ୍ଲା ଧୂସୁରୀ ଥାନା ଅଧିନ ସାହସ ପୁର ପଞ୍ଚାୟତ ଲୁହାସାହି ଗ୍ରାମ ନିବାସୀ ପ୍ରଭାକର ବେଉରିଆ ବୟସ-୫୦,ଏବର୍ଷ ପ୍ରଭାକର ୫୦ ଏକର ଜମି ଖର୍ଚକରି ଚାଷ କରିଥିବା ବେଳେ ବହୁଆଢୁ ଋଣ ,କରଜା କରି ଚାଷରେ ପଇସା ଲଗେଇ ଥିଲେ,ଭାଗ୍ୟର ବିଡ଼ମ୍ବନା ବାରମ୍ବାର ଅଧିକ ବର୍ଷା ଯୋଗୁ ଚାଷ ଜମିସବୁ ଧୋଇ ନଷ୍ଟ ହୋଇଯାଇଥିଲା।ସେ ସର୍ବଦା ଆର୍ଥିକ ଋଣଚାପ ଚିନ୍ତାରେ ଥିବାରୁ ସେ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ପରିବାର ପକ୍ଷରୁ କୁହାଯାଇଛି।ଘଟଣା ର ସୂଚନା ପାଇ ଧୂସୁରୀଥାନା ପୋଲିସ ଘଟଣା ସ୍ତଲେ ପହଂଚି ମୃତ ପ୍ରଭାକରର ଶବକୁ ଉଦ୍ଧାର କରି ଏକ ଅପମୃତୁ ମାମଲା ରଜୁକରି ଶବକୁ ଭଦ୍ରକ ମୁଖ୍ୟ ଡାକ୍ତର ଖାନାକୁ ବ୍ୟବଛେଦ ପାଇଁ ପଠାଇଛି।ଘଟଣା ର ଅଧିକ ତଦନ୍ତ ଚଳାଇ ଥିବାର ସୂଚନା ମିଳିଛି।