ପାଳସାହି ରେ ଗୋପୂଜନ ଓ ରକ୍ଷାବନ୍ଧନ ଉତ୍ସବ ପାଳନ
ବରୀ, ୨୮/୦୮ ( ରଂଜିତ ମହାନ୍ତି ) : ପବିତ୍ର ଗହ୍ମାପୂର୍ଣ୍ଣିମା ଅବସର ରେ ବରୀ ବ୍ଳକ ବୋଦୁଅ ପଞ୍ଚାୟତର ପାଳସାହି ଠାରେ ଜଗନ୍ନାଥ ଠାକୁର ଙ୍କ ପ୍ରାଙ୍ଗଣରେ ଗୋ ପୂଜନ ଓ ରକ୍ଷାବନ୍ଦନ ଉତ୍ସବ ପାଳିତ ହେlଇଥିଲା l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୁନନ୍ଦା ଦାସ, ସମାଜସେବୀ ଦେବନ୍ଦ୍ର ଦାସ, ଆଦିତ୍ୟ ବଳ, ପ୍ରଦୀପ ବିଶ୍ୱାଳ, ଦର୍ପ ନାରାୟଣ ଧଳ ପ୍ରମୁଖ ଯୋଗଦେଇ ରକ୍ଷାବନ୍ଦନ ଉତ୍ସବ ସମ୍ପର୍କ ମତବ୍ୟକ୍ତ କରିଥିଲେ l ଏହି ଅବସର ରକ୍ଷାବନ୍ଦନ ଓ ଗୋମାତା ଙ୍କୁ ପୂଜାଅର୍ଚନା କରା ଯାଇଥିଲା l ସୁବାଷ ଚନ୍ଦ୍ର ତ୍ରିପାଠୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ l ଉକ୍ତ କାର୍ଯ୍ୟକ୍ରମକୁ ବିଜୟ କୁମାର ଜେନା, ରମାକାନ୍ତ ଜେନା, ରାମଚନ୍ଦ୍ର ଜେନା, ଆର୍ତ୍ତବନ୍ଧୁ ଜେନା, , ତାପସ କୁମାର ଜେନା, ଅତିଶ କୁମାର ଜେନା, ଶରତ ଚନ୍ଦ୍ର ତ୍ରିପାଠୀ, ଜ୍ଞାନ ରଞ୍ଜନ ଧଳ, ଶର୍ମିଷ୍ଠା ଜେନା ସମେତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l