ଐତିହାସିକ ଜାଗୁଳାଇ ପଞ୍ଚମୀ କାଳେଶିଙ୍କ ସତର୍କବାଣୀ : ଆଗକୁ ବହୁ ବିପଦ, ଅଜଣା ବ୍ୟାଧି, ଭୂମିକମ୍ପ ଓ ବନ୍ୟା
ବରୀ, ୧୮/୦୮ ( ରଂଜିତ ମହାନ୍ତି ) : ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ବାଲିଆ ନଗର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜନ୍ମପୀଠର ମା ଜାଗୁଳାଇଙ୍କର ନବଦିନ ଯାତ୍ରା ଜାଗ୍ରତଗୈାରୀ ପଂଚମୀରେ ସମାପ୍ତି ଘଟିବା ସହିତ ମାଆ ତାଙ୍କ ମନ୍ଦିରକୁ ପ୍ରବେଶ କରିଛନ୍ତି। ଗତ ଏକାଦଶୀରୁ ମାଆ ମନ୍ଦିର ଛାଡି ଗ୍ରାମ୍ୟ ଭ୍ରମଣରେ ଯାଇଥିଲେ । ଏଠାରେ ପ୍ରକାଶ କରାଯାଇପାରେ କି ମାଆ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପିତା ଇନ୍ଦ୍ରଜିତ ସାମନ୍ତ ସିଂହାରଙ୍କ ପୂର୍ବରୁ ବାଲିଆ ଉଆସ ଠାରେ ଏକ ଶାହାଡା ଗଛ ମୂଳରେ ୧୯୮୪ ବିଦ୍ୟମାନଥିଲେ । ତତ୍କାଳିନ ସମୟରେ ମାଆଙ୍କୁ ସଅର ସଂପ୍ରଦାୟ ସେଠାରେ ସ୍ଥାପନ କରିଥିବାର ଜଣାଯାଏ । ଏବଂ ଚମାର ସଂପ୍ରଦାୟ ମାଆଙ୍କୁ ସେବା ପୂଜା ଯୋଗାଇ ଦିଏ । ସେବେଠାରୁ ଶ୍ରାବଣ ଏକାଦଶୀ ଦିନ ମାଆ ମନ୍ଦିର ଛାଡି ଗ୍ରାମ୍ୟ ଭ୍ରମଣ କରିବାକୁ ଯିବା ବେଳେ ପୂର୍ବରୁ ବାଲିଆ ଉଆସ ସନ୍ନିକଟରେ ଥିବା ଶାହାଡା ଗଛ (ଯେଉଁଠି ମାଆ ପୂର୍ବରୁ ଅବସ୍ଥାନ କରୁଥିଲେ ୧୯୮୪ ମସିହାରେ ଏକ ଛୋଟ ବାତ୍ୟାରେ ତାହା ଉପୁଡି ଯାଇଛି ) ନିକଟରେ ପିଠା, ଖିରି ଆଦି ହାତରେ ରାନ୍ଧି ମାଆଙ୍କୁ ସମର୍ପଣ କରିଥାଏ । ମାଆ ଶବର ସଂପ୍ରଦାୟର ଠାକୁରାଣୀ ହୋଇଥିବାରୁ ସେଠାରେ ପୂର୍ବ ବତ୍ ମାଆଙ୍କୁ ଅଣ୍ଡା, ଖଜୁରି ତାଡି ( ଜୋରୀ) ଇତ୍ୟଦି ମଧ୍ୟ ଚମାର ସେବକ ସମର୍ପଣ କରିଥାଏ । ତତପରେ ମାଆଙ୍କ ପିତ୍ରାଳୟ କୁହାଯାଉଥିବା ବାଲିଆ ଉଆସକୁ ନିଆଯାଏ । ସେଠାରେ ମାଆ ଜଣେ କାଳେସୀ ରୂପରେ ଉଭା ହୋଇ ସଂସାରର ହାନିଲାଭ ବିଷୟରେ ସମାଜକୁ ସତର୍କ କରନ୍ତିା ବନ୍ୟା, ବାତ୍ୟା, ଧୋଇ ମରୁଡି ଆଦି ବିଷୟରେ ସତର୍କ ସୂଚନା ଦିଅନ୍ତି । କାଳେସୀ ମନ ଗଢାକଥା କହୁଛି ବୋଲି କେତେକ ନାସ୍ତିକ ମତ ଦେଉଥିଲେ ବି କାଳେସୀ ମୁଁହରୁ ବାହାରିଥିବା କଥା କେବେ ବି ଅନ୍ୟଥା ହୋଇ ନଥିବାର ଜଣାଯାଏ । ବାଲିଆ ଯାଗୁଳାଇ ପରବର୍ତ୍ତି ସମୟରେ ବିଦଗ୍ଦ କବି ଅଭିମନ୍ୟୁ ତାଙ୍କ ଜନ୍ମ ଭୂମିକୁ ବୃନ୍ଦାବନର ଅବିକଳ ନକଲ କରି ଗଢି ତୋଳିବା ବେଳେ ଯୋଗମାୟା ବା ପୈାର୍ଣ୍ଣମାସୀ ରୂପରେ ମାଆ ବିଦ୍ୟମାନ ଅଛନ୍ତି । ଅନ୍ୟ ପକ୍ଷରେ ଜଗତର ନାଥ ଜଗନ୍ନାଥ ସାମନ୍ତ ବାଦ ବ୍ୟବସ୍ଥାରେ ବାନ୍ଧି ହୋଇ ଏକ ବର୍ଷ କାଳ ମନ୍ଦିରରେ ରହିବା ପରେ ଭକ୍ତଦୁଃଖ ଶୁଣି ତାହାକୁ ମୋଚନ କରିବାକୁ ରଥାରୁଢ ହୋଇ ୯ ଦିନ ପାଇଁ ବାହାରକୁ ଯିବାପରି ମାଆ ଜାଗୁଲାଇ ବର୍ଷକୁ ୯ ଦିନ ମନ୍ଦିର ଛାଡି ଗ୍ରାମ୍ୟ ଭ୍ରମଣରେ ଯାଇଥାନ୍ତି । ଏମିତି କି କେଉଁ ଗ୍ରାମର ବରଡା ପଲ୍ଲାରେ ତ କେଉଁ କମାର ଶାଳରେ ବା କେଉଁ ବ୍ରାହ୍ମଣ ଗୃହରେ ଅବସ୍ଥାନ କରିବାର ନଜିର ମଧ୍ୟ ରହିଛି । ଆଚାଣ୍ଡାଳ ବ୍ରାହ୍ମଣ ସେତେ ବେଳେ ମାଆଙ୍କୁ ତାର ନୈବେଦ୍ୟ ଅର୍ପଣ କରିଥାଏ । ଆଜି ବିଦଗ୍ଦ କବିଙ୍କ ସମୟରେ ଥିବା ବ୍ରାହ୍ମଣୀ ସଦୃଶ ଜମୁନା ନଦୀ ପୋତି ହୋଇ ପଡିଥିଲେ ବି କବିଙ୍କ ମାନସ ବୃନ୍ଦାବନର କାତ୍ୟାୟନୀ ଘାଟ ନାମ ଜନଶୃତିରେ ରହିଛି । ସେହିଠାରେ ଜାଗ୍ରତ ଗୈାରୀ ପଞ୍ଚମୀରେ ମାଆ ଗ୍ରାମ୍ୟ ଭ୍ରମଣ ସାରି କାତ୍ୟାୟନୀ ଘାଟରେ ସ୍ନାନ କରନ୍ତି , ସେଠାରେ ପୂଜାର୍ଚ୍ଚନା ହୋଇ ପୁନଶ୍ଚ କାଳେସୀ ଲାଗିଲା ପରେ ମନ୍ଦିର ଯାତ୍ରା କରନ୍ତି। ଶେଷରେ ମାଆ ମନ୍ଦିର ପ୍ରବେଶ କରନ୍ତି । ମାଆ ପୁଣି ବର୍ଷେ ପାଇଁ ମନ୍ଦିରରେ ସାମନ୍ତ ବାଦ ଧାରାରେ ପୂଜିତ ହୁଅନ୍ତି । ମାଆ ମହାସ୍ନାନ ପରେ ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଅନୁଜ ସୁରଥମନ୍ୟୁଙ୍କ ପରିବାର ପକ୍ଷରୁ ମା ଙ୍କୁ ପ୍ରଥମ ଭୋଗ ଲାଗି କରାଯିବାର ପରମ୍ପରା ଅବଧି ଅଛି ।