Hot Posts

6/recent/ticker-posts

ନୂଆପଡ଼ାର ୭ ଜଣ ରେଫରିଙ୍କ ଏଫଏଓ ରେଫରି ଅପଗ୍ରେଡେସନ୍ ଫିଟନେସ୍ ଟେଷ୍ଟରେ ସଫଳ ଅଂଶଗ୍ରହଣ ।

ଜୟପୁର, ୦୧/୦୮ ( ପରମେଶ୍ୱର ମେହେର ) : ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (FAO) ପକ୍ଷରୁ ୨୦୨୬ ମସିହାର ରେଫରି ଅପଗ୍ରେଡେସନ୍ ଫିଟନେସ୍ ଟେଷ୍ଟ (ସାଉଥ୍ ଜୋନ୍) ଗତ ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖରେ ଜୟପୁର ସ୍ପୋର୍ଟ୍ସ କମ୍ପ୍ଲେକ୍ସ, କୋରାପୁଟ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଫିଟନେସ୍ ପରୀକ୍ଷାରେ ନୂଆପଡ଼ା ଜିଲ୍ଲାରୁ ମୋଟ ୭ ଜଣ ରେଫରି ଅଂଶଗ୍ରହଣ କରିଥିଲେ। ସେଥିରେ ୬ ଜଣ ପୂର୍ବରୁ ଲେଭେଲ୍–୮ (Existing) ରେଫରି ଥିବାବେଳେ ୧ ଜଣ ନୂତନ ରେଫରି ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲେ।ଓଡ଼ିଶା ଫୁଟବଲ୍ ସଂଘର ରେଫରି ବିଭାଗ ମୁଖ୍ୟ ଦୁର୍ଗା ମାଧବ ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପରୀକ୍ଷାରେ, ପୂର୍ବରୁ ଲେଭେଲ୍–୮ ରେଫରି ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳସ୍ୱରୂପ ସେମାନେ ଲେଭେଲ୍–୭କୁ ପଦୋନ୍ନତି ପାଇବେ। ଅନ୍ୟପକ୍ଷରେ, ନୂତନ ରେଫରି ମଧ୍ୟ ସଫଳତାର ସହ ପରୀକ୍ଷାରେ ଅଂଶଗ୍ରହଣ କରି ନିଜ ଯୋଗ୍ୟତାର ପରିଚୟ ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର ରେଫରିମାନଙ୍କର ଏହି ସଫଳତା ଜିଲ୍ଲାରେ ଫୁଟବଲ୍ ରେଫରିଙ୍କ ଦକ୍ଷତା, ପ୍ରଶିକ୍ଷଣ ଓ ମାନ ବୃଦ୍ଧିର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ବୋଲି କ୍ରୀଡ଼ାପ୍ରେମୀ ଓ କ୍ରୀଡ଼ା ସଂଗଠକମାନେ ମତ ପ୍ରକାଶ କରିଛନ୍ତି।