କାଲିମେଳା ପୁଲିସ ର ଚଢ଼ାଉ ଜଙ୍ଗଲରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ,
ମାଲକାନଗିରି, ୨୬/୦୮ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସ କୁ ମିଳିଛି ଏକ ବଡ଼ ସଫଳତା, ପୁଲିସ ପେଟ୍ରୋଲିଙ୍ଗ ସମୟ ରେ ମିଳିଛି ପ୍ରାୟ ଏକ କୋଟି ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ।ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ପଞ୍ଚାୟତର ଏମଭି-୭୩ ଗାଁ ନିକଟ ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ବାହାର ରାଜ୍ୟ କୁ ଚାଲାଣ ନିମନ୍ତେ ମାଫିଆ ମାନେ ଲୁଚାଇ ରଖି ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା ।ସୂଚନା ଆଧାରରେ ପୁଲିସ ସେଠାରେ ଚଢ଼ାଉ କରିଥିଲା ।ଚଢ଼ାଉ ସମୟରେ ଜଙ୍ଗଲ ଭିତରୁ ୧୦୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧ କୋଟି ୨ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି । ତେବେ ପୁଲିସ ଚଢ଼ାଉ କରିବା ପୂର୍ବରୁ ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆମାନେ ଫେରାର ହୋଇଯାଇଥିଲେ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଏହାକୁ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ସନ୍ଦେହ କରାଯାଉଛି ।ଏବେ ଜବତ ଗଞ୍ଜେଇକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହା ପଛରେ କେଉଁମାନେ ଅଛନ୍ତି, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ରାଜ୍ୟକୁ ଚାଲାଣ ହେବାର ଥିଲା ସେନେଇ ଖୋଳତାଡ଼ ଚାଲିଛି। ଅନ୍ୟପଟେ 'ନିଶାମୁକ୍ତ ଓଡ଼ିଶା' ଅଭିଯାନ ଅଧୀନରେ ପୁଲିସ ପକ୍ଷରୁ ଲଗାତାର ଚଢ଼ାଉ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ମାସ ମଧ୍ୟରେ କାଲିମେଳା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଟନରୁ ଅଧିକ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି