Hot Posts

6/recent/ticker-posts

ଆଠଗଡ଼ରେ ଅବକାରୀ-ପୋଲିସର ମିଳିତ ଚଢ଼ାଉ, ୨୩୪୫ ଲିଟର ଦେଶୀ ମଦ ଓ ୨୫,୨୦୦ ଲିଟର ଗୁଡ଼ ପୋଚ ଜବତ

କଟକ, ୦୩/୦୮ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ  କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ, ଆଠଗଡ଼ ଉପ ଅଧୀକ୍ଷକ ଶ୍ରୀ C H Tirupathi ଆଠଗଡ, ଅବକାରୀ ନିରୀକ୍ଷକ ଶ୍ରୀ ରବିନାରାୟଣ ପଧାନ ଏବଂ ଆଠଗଡ଼ ଥାନା ଅଧିକାରିଣୀ ମିସ୍ ସୁମତି ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ ଏବଂ ନିକଟସ୍ଥ କାଜୁ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା, District Mobile Unit, Cuttack, ନରସିଂହପୁର ଅବକାରୀ ବିଭାଗ, EI & EB UNIT-I, CUTTACK ଏବଂ ଆଠଗଡ଼ ଥାନା ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉରେ ସର୍ବମୋଟ ୨୩୪୫ ଲିଟର ଦେଶୀ ମଦ ସହ ୨୫୨୦୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୫ ଗୋଟି ମାମଲା ରୁଜୁ କରା ଯାଇଛି।