Hot Posts

6/recent/ticker-posts

ତ୍ରିରଙ୍ଗା ରଙ୍ଗରେ କଟକର ବିଡାନାସୀ ଥାନା, ଦେଶପ୍ରେମ ଓ ସଚେତନତାର ନିଆରା ବାର୍ତ୍ତା

କଟକ, ୧୫/୦୮ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାର ବିଭିନ୍ନ ଥାନା ମଧ୍ୟରେ ବିଡାନାସୀ ଥାନାର ଅଗଷ୍ଟ ୧୫ ଅବସରରେ ହୋଇଥିବା ସୁନ୍ଦର ସଜସଜ୍ଜା ଏବେ କଟକବାସୀଙ୍କ ମଧ୍ୟରେ ବେଶ୍ ପ୍ରଶଂସା ସାଉଁଟୁଛି। ତ୍ରିରଙ୍ଗାର ରଙ୍ଗରେ ସୁସଜ୍ଜିତ ଥାନା ପରିସର ଦେଶପ୍ରେମ, ଶୃଙ୍ଖଳା ଓ ସଚେତନତାର ଏକ ସୁନ୍ଦର ବାର୍ତ୍ତା ଦେଉଛି। ଏଭଳି ସଜସଜ୍ଜା କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ନୁହେଁ; ବରଂ ଜାତୀୟ ପର୍ବ ପ୍ରତି ସମ୍ମାନ, ନିଜ ଦାୟିତ୍ୱ ପ୍ରତି ସଚେତନତା ଏବଂ ଦେଶପ୍ରେମର ଭାବନାକୁ ସମାଜ ମଧ୍ୟରେ ଆହୁରି ମଜବୁତ କରିବାର ଏକ ପ୍ରୟାସ। ବିଡାନାସୀ ଥାନାର ଏହି ପ୍ରୟାସ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ପାଇଁ ମଧ୍ୟ ଏକ ସକାରାତ୍ମକ ଉଦାହରଣ ହୋଇପାରେ। ଜାତୀୟ ପର୍ବକୁ କେବଳ ଉତ୍ସବ ଭାବେ ନୁହେଁ, ବରଂ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ, ସ୍ୱଚ୍ଛତା, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱର ସଚେତନତା ସୃଷ୍ଟି କରିବାର ଅବସର ଭାବେ ପାଳନ କରିବା ଆବଶ୍ୟକ। ଏକ ସୁନ୍ଦର ସଜସଜ୍ଜା, ଏକ ସକାରାତ୍ମକ ଚିନ୍ତା ଏବଂ ଏକ ସଚେତନ ସମାଜ...ଏହାହିଁ ହେଉ ଆମ ସ୍ୱାଧୀନତା ଦିବସର ସତ୍ୟ ସନ୍ଦେଶ ତେଣୁ କଟକବାସୀ ଙ୍କ ତରଫରୁ ଆମେ ବିଡାନାସୀ ଥାନାର ଆଇ.ଆଇ.ସି. ଅସିତ୍ ବଳବନ୍ତରାୟ ସାର୍ ଙ୍କ ସହିତ ବିଡାନାସୀ ଥାନାରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ.