ଗଙ୍ଗାଧର ମେହେର ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବୀରମହାରାଜପୁର, ୨୭/୦୮ ( ଜଗଦିଶ ମେହେର ) : ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଗୁରୁବାର ଗଙ୍ଗାଧର ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ଦୟାନିଧି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ, ସଦସ୍ୟ ଚମରା ମହାକୁର, ଚମ୍ପେଶ୍ବର ଦାଶ, ଶିବ ଖମାରୀ, ନାରାୟଣ ନାୟକ, ସୁରୁ ସାହୁ, ନିମାଇଁ ଚରଣ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସପ୍ତଦୀପା ସାହିତ୍ୟ ସଂସଦ ଓ ବରିଷ୍ଠ ନାଗରିକ ସଂଗଠନର ମିଳିତ ଆନୁକୂଲ୍ୟରେ ଆସନ୍ତା କାଲି ଅର୍ଥାତ୍ ୨୮ ଅଗଷ୍ଟ ସକାଳ ୧୦-୦୦ ଘଣ୍ଟା ସମୟରେ କବିତାପାଠ ଓ ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନା କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚୀତ କରାଯାଇଛି।