"ଗଙ୍ଗାଧରଙ୍କ କୃତିରେ ପ୍ରକୃତି " ଶୀର୍ଷକରେ ବକ୍ତୃତା ଓ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା
ସିନାପାଲି, ୨୫/୦୮ ( ପରମେଶ୍ୱର ମେହେର ) : ଆଗାମୀ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ଅବସରରେ ନୂଆପଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ବତ ସମିତି ତରଫରୁ ସିନାପାଲି ବ୍ଲକ ସ୍ତରୀୟ ବକ୍ତୃତା ଓ ଗୀତ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଛି ା ଏଥିରେ ସିନାପାଲି ବ୍ଲକ ଅର୍ନ୍ତଗତ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବକ୍ତୁତା ବିଭାଗରେ ଓଏଭି ଟିମନପୁର ବିଦ୍ୟାଳୟର ଆରାଧ୍ୟା ସା, ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ଦୀପ୍ତିମୟୀ ବୈଠାରୁ, ବାଳିକା ଉଚ୍ଚ ବିଦ୍ୟାଳୟ ସିନାପାଲିର ପୁଷ୍ପାଞ୍ଜଳି ମାଝୀ ଓ ଗୀତ ବିଭାଗରେ ଓଏଭି ଟିମନପୁର ବିଦ୍ୟାଳୟର ତେଜସ୍ଵିନୀ ଧୀବର, ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ସିନାପାଲିର ଅର୍ଚିତା ବନ୍ଦୀଛୋର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟିମନପୁରର ତେଜସ୍ଵିନୀ ଦଣ୍ଡସେନା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ା ଏହି ଅବସରରେ ସ୍ଥାନୀୟ ପିଏମଶ୍ରୀ ହାଇସ୍କୁଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ସତ୍ୟବ୍ରତ ଗହୀର, କୁମୁଦବନ୍ଧୁ ଯୋଷୀ, ତ୍ରିନାଥ ମେହେର, ମୋହନ ଦାଶ, ମନୋରଞ୍ଜନ ମେହେର ପ୍ରମୁଖ ଯୋଗଦେଇଥିଲେ ା "ଗଙ୍ଗାଧରଙ୍କ କୃତିରେ ପ୍ରକୃତି" ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ଅତୁଳ କୁମାର ପାତ୍ର, ଡିସମ୍ବର ମେହେର, ଏବଂ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତାରେ ସଂଗୀତଜ୍ଞ ଚୂଡ଼ାମଣି ମେହେର, ଦୀପକ ସା, ବଂଶୀଧର ଜଗତ ବିଚାରକ ଭାବରେ ଉପସ୍ଥିତ ଥିଲେ ା କାର୍ଯ୍ଯକ୍ରମ ଆରମ୍ଭରେ ଲୋଚନ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ସମିତିର ସଭାପତି ବୈଷ୍ଣବ ମେହେର, ସମ୍ପାଦକ ତରୁଣ କୁମାର ମେହେର, ଗୌତମ ମେହେର, ପରେଶନାଥ ପାଣିଗ୍ରାହୀ, ପ୍ରେମାନନ୍ଦ ମେହେର, ଶିବପ୍ରସାଦ ମେହେର, ଲୀଳାକାର ସା, ମନୋଜ ଜଗତ, ସାନୁର୍ଯ୍ୟ ମେହେର, ବେଣୁଧର ମେହେର, ରଶ୍ମିରଂଜନ ସା ପ୍ରମୁଖ ସହଯୋଗ କରିଥିଲେ ା ଶେଷରେ ନିକୁଞ୍ଜ ବିହାରୀ ସା ଧନ୍ୟବାଦ ଦେଇଥିଲେ l ସୂଚନାଯୋଗ୍ଯ ଯେ ଆସନ୍ତା ଶୁକ୍ରବାର ସମିତି ତରଫରୁ କବିଙ୍କ ଭବ୍ଯ ଜୟନ୍ତୀ ସମାବେଶ ପାଳନ ହେବାକୁ ଥିବା ବେଳେ ଏ ଅବସରରେ ଅନୁଷ୍ଠିତ ସାହିତ୍ଯ ସଭାରେ ବିଶିଷ୍ଟ ସାହିତ୍ଯିକ ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି ା