ବାଲିଆପାଳ ଓ ବସ୍ତା ବ୍ଲକରେ ବନ୍ୟା କ୍ଲୀଷ୍ଟ ଲୋକଙ୍କ ଦୁର୍ଦଶା ବୁଝିବାରେ ସରକାର ସମ୍ପୂର୍ଣ ରୂପେ ବିଫଳ, ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ
ବାଲିଆପାଳ, ୨୫/୦୮ ( ଡ଼ ସନ୍ନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକର ଡାକ ବଙ୍ଗଳା ଠାରେ ଚଳିତ ବର୍ଷର ବନ୍ୟା କ୍ଲୀଷ୍ଟ ଲୋକ ମାନଙ୍କ ଦୁର୍ଦ୍ଦଶା ବୁଝିବାରେ ସମ୍ପୂର୍ଣ ରୂପେ ଡବଲ ଇଂଜିନ ବିଜେପି ସରକାର ବିଫଳ ହୋଇ ଛନ୍ତି ବୋଲି ବିଜୁ ଜନତା ଦଳର କର୍ମ କର୍ତ୍ତା ମାନେ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଥିବା ବେଳେ ଆସୁ ସୁବର୍ଣ୍ଣରେଖା ତଟ ବର୍ତ୍ତୀ ଭାଙ୍ଗି ଯାଇଥିବା ପାଞ୍ଚରୁ ଉର୍ଦ୍ଧ ଜାଗାରେ ପଥର ପାଚେରୀ କରିବା, ଭାଙ୍ଗି ଯାଇଥିବା ଘର ପୁନ୍ନ ନିର୍ମାଣ ପାଇଁ ସାହାଯ୍ୟ, କୃଷକ ମାନଙ୍କ ଉଜୁଡି ଯାଇଥିବା ଫସଳର ମୂଲ୍ୟ ପ୍ରଦାନ, କୃଷକର କୃଷି ଋଣ ଛାଡ, ମୃତ୍ୟୁ ବରଣ କରିଥିବା ଗୃହ ପାଳିତ ପଶୁ ମାନଙ୍କ କୃଷକକୁ କ୍ଷତି ପୂରଣ ଓ ତୁରନ୍ତ ପଲିଥିନ ପ୍ରଦାନ ନ କଲେ ବିଜୁ ଜନତା ଦଳ ତରଫରୁ ଧାରଣାରେ ବସିବେ ବୋଲି ଘୋଷଣା କରିଥିଲେ |ଆଜିର ସାମ୍ବାଦିକ ସମ୍ମିଳନୀରେ ବସ୍ତା ନିର୍ବାଚନ ମଣ୍ଡଳୀର ସଂଯୋଜକ ତଥା ବସ୍ତା ବ୍ଲକର ବିଜୁ ଜନତା ଦଳର ସଭାପତି ପୌରାହିତ୍ୟ କରିଥିବା ବେଳେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ବର୍ତ୍ତମାନ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ରଘୁନାଥ ମହାନ୍ତି, ବାଲିଆପାଳ ବ୍ଲକ ସଭାପତି ଭଗବାନ ଗିରି, ବାଲିଆପାଳ ବ୍ଲକ ସାଧାରଣ ସମ୍ପାଦକ ଡ଼ ସନ୍ନ୍ୟାସୀ ବେହେରା, ବ୍ଲକ ସମ୍ପାଦକ ସୁଶାନ୍ତ ଗିରି, ସମୀର କୁମାର ଚାନ୍ଦ ଜିଲ୍ଲା ଯୁବ ସମ୍ପାଦକ, ଅଖିଳ ବେହେରା ବସ୍ତା ସମ୍ପାଦକ,, ଚିତ୍ତରଞ୍ଜନ ଜେନା ଉପଦେଷ୍ଟା, ଶରତ ପ୍ରଧାନ ଉପଦେଷ୍ଟା, ବସନ୍ତ ମହାନ୍ତି ଉପଦେଷ୍ଟା, ବାଜଲ ମାଝୀ ଏ ଷ୍ଟି ବ୍ଲକ ସଭାପତି, sk ଜାଫି ରୁଦ୍ଦିନ ସଂଖ୍ୟା ଲଘୁ ବ୍ଲକ ସଭାପତି,, ମନ୍ମଥ ଚକ୍ରବର୍ତ୍ତୀ ଯୁବ ବ୍ଲକ ସଭାପତି, ସୁବୋଧ ପାତ୍ର ବାଲିଆପାଳ ପଂଚାୟତ ସଭାପତି, ହରେକୃଷ୍ଣ ପାତ୍ର ମଧୁପୁରା ପଂଚାୟତ ସଭାପତି, ସୁଶାନ୍ତ ଦାସ ବିଷ୍ଣୁପୁର ସଭାପତି, ଅଭିଳାଷ ଖଣ୍ଡା, ସଚିନ୍ଦ୍ର ପ୍ରଧାନ, ଅରୁଣ ଦାସ, ମଞ୍ଚାସିନ ହୋଇ ଥିଲେ ବାଲିଆପାଳ ବ୍ଲକର ବୋଲଙ୍ଗ, କୁଣ୍ଡୁଳି, ସାଉଡି, ବଣିଆ ଢ଼ିହଆ, ଜାମକୁଣ୍ଡା, ବିଷ୍ଣୁପୁର, ବାଲିଆପାଳ, ମଧୁପୁରା,, ଅସ୍ତି, ଘଣ୍ଟୁଆ, ଦେଭୋଗ, ନିଖିରା, ସିରାମପୁର, କୁମ୍ଭାରୀ ଆଦି ପଂଚାୟତ ଗୁଡିକ ଅତ୍ୟଧିକ କ୍ଷତି ଗ୍ରସ୍ତ ହୋଇଛନ୍ତି |ବାଲିଆପାଳର 28ଟି ପଂଚାୟତର ସଭାପତି ଓ ସଦସ୍ୟ ମାନେଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ |