Hot Posts

6/recent/ticker-posts

ବସ୍ତା ବାଇପାସ୍‌ରେ କାଉଡ଼ିଆ ସେବା ଶିବିର, ଦୂରଦୂରାନ୍ତରୁ ଆସୁଥିବା କାଉଡ଼ିଆଙ୍କୁ ଖାଦ୍ୟ, ପାନୀୟ ଓ ଔଷଧ ବଣ୍ଟନ ।

ବାଲେଶ୍ଵର ,୨୭/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍‌ ନିକଟରେ କାଉଡ଼ିଆମାନଙ୍କ ପାଇଁ ଏକ ସେବା ଶିବିର ଆୟୋଜିତ ହୋଇଛି। ‘ରାଧେ ରାଧେ’ର ସୁରେନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ କାଉଡ଼ିଆ ସଂଗଠନ ପକ୍ଷରୁ ଏହି ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ସୁବର୍ଣ୍ଣରେଖା ନଦୀରୁ ପବିତ୍ର ଜଳ ନେଇ ଦୂରଦୂରାନ୍ତରୁ ପାଦରେ ଚାଲି ଯାଉଥିବା କାଉଡ଼ିଆମାନଙ୍କୁ ସଂଗଠନ ପକ୍ଷରୁ ବିଶେଷ ସେବା ଯୋଗାଇ ଦିଆଯାଇଥିଲା। ଭକ୍ତମାନଙ୍କୁ ଖାଦ୍ୟ, ପାନୀୟ ଓ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯିବା ସହ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ସେବା କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଓ ମହିଳା ଯୋଗଦେଇ କାଉଡ଼ିଆମାନଙ୍କ ସେବାରେ ସାମିଲ ହୋଇଥିଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଶିବିରରେ ପହଞ୍ଚି ଆୟୋଜକ ଓ ସେବାରେ ସାମିଲ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଭଳି ଧାର୍ମିକ ଓ ମାନବୀୟ ସେବା କାର୍ଯ୍ୟକ୍ରମ କାଉଡ଼ିଆ ଭକ୍ତମାନଙ୍କ ପାଇଁ ଉପକାରୀ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ।(ଫୋଟ)




ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l