ଭଦ୍ରକ, ୧୪/୦୮ ( ନବଦୂତ ) : ସୂଚନା ଅନୁଯାଇ-ସ୍ଥାନୀୟ ମୁଖ୍ୟ ଲୁଟେରା ସହାୟତା ରେ ଓଡିଶା ରାଜ୍ୟ ବାହାରୁ ଆସି ଡକାୟତି କରୁଥିବା ଗେଙ୍ଗ ଗିରଫ। ଭଦ୍ରକ ଜିଲ୍ଲା ମୁଖ୍ୟ ପୋଲିସ ଆରଖି ଅଧିକାରୀଙ୍କ ସୂଚନା ଅନୁଯାଇ, କିଛି ମାସ ଭିତରେ ପୋଲିସ କୁ ଛେଲେଞ୍ଜ କରି ପ୍ରାୟ ,ରାତ୍ରୀ ୯ ଟା ଭିତରେ ,ଧନଶାଳୀ ବ୍ୟକ୍ତି ଙ୍କ ଘରଦେଖି ଲୁଟ କରୁଥିଲେ ଭଦ୍ରକ ଜିଲ୍ଲା ଅଞ୍ଚଳରେ କିଛି ସ୍ଥାନୀୟ ଲୁଟେରା ସହାୟତାରେ ମୁଖ୍ୟ ୮ଟି ଜାଗା ମଧ୍ୟରୁ ସିମୁଳିଆ ଅଞ୍ଚଳରେ ୨ଟି ଓ ବାରଙ୍ଗ ଅଞ୍ଚଳ ରେ ୨ ଟି ,ଜିଲାରେ ଅନ୍ୟ ଆଡେ ଡକାୟତି ଘଟଣା ରେ ବିଭିନ୍ନ ଅଞ୍ଚଳରେ ରେଡ଼ କରି ଜଣେ ସ୍ଥାନୀୟ ମୁଖ୍ୟ ପରିଚାଳକ ଆସାମୀ ଆଦିତ୍ୟ ରଣା କୁ ଗିରଫ କରି ତା ଠାରୁ ଡକାୟତିଘଟଣା ସମସ୍ତ ବିବରଣୀ ସଂଗ୍ରହକରି ,ଭଦ୍ରଜ ଜିଲାରେ ମୁଖ୍ୟ ଏସ ଡି ପିଓ ଙ୍କ ଅନୁମୋଦନ ରେ ୨ଟି ଅପରେସନ ଟିମ ଗଠନ କରି,ଯଥା ସାବରଙ୍ଗ ଥାନା ଆଇ ଆଇସି,ରୁରାଲ ଥାନା ଆଇ,ଆଇ ସି ,ସାଧାରଣ ଆଇ ଆଇ ସି, ପ୍ରମୁଖ୍ୟ ଟିମ ଗଠନ କରି ଓଡିଶା ବାହର, ଝାରଖଣ୍ଡ ଅଞ୍ଚଳ କୁ ଯାଇ ଝାରଖଣ୍ଡ ଅଞ୍ଚଳ ରେ ଧନବାଦ ଜିଲା ,ଜାମତରା ଜିଲା ଅଞ୍ଚଳ ରେ ବହୁ ସ୍ଥାନରେ ରେଡ କରି ସେଠାରୁ ଲୁଟେରା ରେ ୨ ମୁଖ୍ୟ ଆସାମୀ ସହ ଅନ୍ୟ ୪'ଜଣ ସହ ଯୋଗୀ ଙ୍କୁ ଗିରଫ କରି ଭଦ୍ରକ ଜିଲ୍ଲାକୁ ଆଣି ଏଠାରେ ଅପରେସନ ସର୍ଚ୍ଚ କରିମୋଟ ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଲୁଟେରା ଙ୍କ ସହ ଅନ୍ୟ ୫ଜଣ ଲୋକ ସ୍ଥାନୀୟ ଅଞ୍ଚଳ ର ଲୋକ ସାମିଲ ଅଛନ୍ତି ବୋଲି ସୂଚନା ମିଳିଛି। ଲୁଟେରା ମାନେ ବ୍ୟବହାର କରୁଥିବା ଏକ ଝାରଖଣ୍ଡ ରୁ ଯାତାୟତ ପାଇ ବ୍ରିଜା ଗାଡିରେ ଆସି ଭଦ୍ରକ ଜିଲ୍ଲା ରେ ବହୁ ଅଞ୍ଚଳରେ ଡକାୟତି କରୁଥିଲେ। ମୁଖ୍ୟ ଆସାମୀ ଆଦିତ୍ୟ ରଣା ମାଷ୍ଟରମାଇଣ୍ଡ ସହ, ଝାରଖଣ୍ଡ ଅଞ୍ଚଳ ରୁ ଆସିଥିବା ଗେଙ୍ଗ ସେମାନଙ୍କ ଠାରୁ, ୭୩ଗ୍ରାମ ସୁନା ଗହଣା, ୬୦୦ଗ୍ରାମ ରୁପାଗହଣା, ୨ଲକ୍ଷ୧୭ ହଜାର ନଗଦ ଟଙ୍କା ବ୍ୟବହାର କରୁଥିବା ୧ବ୍ରିଜା କାର , ୧ ବୁଲେଟ, ୧ ହିରୋ ବାଇକ, ୬ଟି ବ୍ୟବହାର କରୁଥିବା ମୋବାଇଲ, ୧ପିସ୍ତଲ ଜବତ। ସେମାନଙ୍କ ସହ ଡ଼କାୟତି ଗେଙ୍ଗରେ ଜଡିତ ଥିବା ଭଦ୍ରକ ଜିଲା ସ୍ଥାନୀୟ ଅଂତଳର ଲୁଟେରା ଅନ୍ୟ ଆସାମୀ ଙ୍କୁ ବହୁତ ଶୀଘ୍ର ଖୋଜି ଗିରଫ କରିବେ ବୋଲି ଜିଲା ଆରକ୍ଷୀ ଅଧିକାରୀ ଙ୍କ ସୂଚନା।
ମାନସ କୁମାର ସାହୁ,


