Hot Posts

6/recent/ticker-posts

ଅଗଷ୍ଟ ପହିଲାରୁ ଖୁସି ଖବର: ଶସ୍ତା ହେଲା ଏଲପିଜି ସିଲିଣ୍ଡର

କଟକ, ୦୧/୦୮ ( କାହୁଁ ଚରଣ ବାରିକ ) : ଅଗଷ୍ଟ ମାସର ଆରମ୍ଭରୁ ସାଧାରଣ ଜନତାଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର । ଏଲପିଜି (LPG) ସିଲିଣ୍ଡର ଦରରେ ବଡ଼ ଧରଣର ହ୍ରାସ କରିଛନ୍ତି । ବିଶେଷ କରି ୧୯ କେଜି ବିଶିଷ୍ଟ କମର୍ସିଆଲ ବା ବାଣିଜ୍ୟିକ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଏହା ବଡ଼ ଖୁସିର ଖବର । ୧୯ କେଜିଆ କମର୍ସିଆଲ ସିଲିଣ୍ଡର ପିଛା ଦର ୨୦୯ ଟଙ୍କା ହ୍ରାସ ପାଇଛି । ଏହି ନୂଆ ଦର ଆଜି ଅର୍ଥାତ ଅଗଷ୍ଟ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି । ଏହି ଦର ହ୍ରାସ ପରେ ଏବେ ସିଲିଣ୍ଡରର ମୂଲ୍ୟ ୨୭୨୮ ଟଙ୍କାକୁ ଖସି ଆସିଛି । କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଶସ୍ତା ହେବା ଫଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ଖାଦ୍ୟ ଦୋକାନୀମାନେ ବିଶେଷ ଭାବେ ଉପକୃତ ହେବେ । ବଜାରରେ ଖାଦ୍ୟପେୟର ଦାମ୍ ନିୟନ୍ତ୍ରଣରେ ରହିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି । ତେବେ ବାଣିଜ୍ୟିକ ସିଲିଣ୍ଡର ଦର କମିଥିଲେ ମଧ୍ୟ ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଘରୋଇ ବ୍ୟବହାରକାରୀଙ୍କ ପାଇଁ ପୂର୍ବ ଦର ବଜାୟ ରହିଛି ।